ବେଲ୍‌ ପାଇଲେ ସିନା ଏବେ ମୁକୁଳି ପାରିବେନି ସାରଥି: ଜାଣନ୍ତୁ ଘଟଣା କ୍ରମ

ଭୁବନେଶ୍ୱର/କଟକ: ଆତ୍ମଘୋଷିତ ବାବା ସାରଥିଙ୍କ ପାଇଁ ଅଗଷ୍ଟ ମାସଟି ଅଶୁଭ। ୨୦୧୫ ଅଗଷ୍ଟରେ ବାବାଙ୍କ କାରନାମା ପଦାକୁ ଆସିଥିଲା। ସେହି ମାସ ହିଁ ସେ ଜେଲ୍‌ ଯାଇଥିଲେ। ଆଜିର ଦିନ ଅର୍ଥାତ ଅଗଷ୍ଟ ମାସରେ ତାଙ୍କୁ ଦୁଇଟି ମାମଲାରେ ବେଲ୍‌ ମିଳିଛି। ମାତ୍ର ଆଉ ଏକ ମାମଲା ବିଚାରାଧୀନ ଥିବାରୁ ଜେଲରୁ ବାହାରିବା ତାଙ୍କ ପାଇଁ ସହଜ ନୁହେଁ। ତଥାପି ଆଶା ବାନ୍ଧିଛନ୍ତି ବାବା ଜେଲରୁ ବାହାରିବେ। ମାତ୍ର ପୂର୍ବପରି ଆଉ ବାରିମୂଳ ଯାଇପାରିବେନି କି ଶୋଭାଯାତ୍ରା […]

sarathi baba

sarathi baba

Rakesh Mallick
  • Published: Friday, 04 August 2017
  • Updated: 04 August 2017, 09:52 PM IST

Sports

Latest News

ଭୁବନେଶ୍ୱର/କଟକ: ଆତ୍ମଘୋଷିତ ବାବା ସାରଥିଙ୍କ ପାଇଁ ଅଗଷ୍ଟ ମାସଟି ଅଶୁଭ। ୨୦୧୫ ଅଗଷ୍ଟରେ ବାବାଙ୍କ କାରନାମା ପଦାକୁ ଆସିଥିଲା। ସେହି ମାସ ହିଁ ସେ ଜେଲ୍‌ ଯାଇଥିଲେ। ଆଜିର ଦିନ ଅର୍ଥାତ ଅଗଷ୍ଟ ମାସରେ ତାଙ୍କୁ ଦୁଇଟି ମାମଲାରେ ବେଲ୍‌ ମିଳିଛି। ମାତ୍ର ଆଉ ଏକ ମାମଲା ବିଚାରାଧୀନ ଥିବାରୁ ଜେଲରୁ ବାହାରିବା ତାଙ୍କ ପାଇଁ ସହଜ ନୁହେଁ। ତଥାପି ଆଶା ବାନ୍ଧିଛନ୍ତି ବାବା ଜେଲରୁ ବାହାରିବେ। ମାତ୍ର ପୂର୍ବପରି ଆଉ ବାରିମୂଳ ଯାଇପାରିବେନି କି ଶୋଭାଯାତ୍ରା କରିପାରିବେ ନାହିଁ। ଏଥିପାଇଁ କୋର୍ଟ ସର୍ତ୍ତ ରଖିଛନ୍ତି।

୨୦୧୫ ଅଗଷ୍ଟ ମାସରେ ବାବା ଜଣେ ଯୁବତୀଙ୍କ ସହିତ ହାଇଦ୍ରାବାଦ ଯାଇଥିଲେ! ସେଠାରେ ରହୁଥିବା ହୋଟେଲରେ ବାବାଙ୍କ ଜିନ୍ସ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧା ଫଟୋ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ବାବାଙ୍କ ଏପରି ବେଶକୁ ଭକ୍ତମାନେ ସହଜରେ ବିଶ୍ୱାସ କରିପାରି ନ ଥିଲେ। ଏପରିକି କେତେକ ସ୍ଥାନରେ ବାବାଙ୍କ ସପକ୍ଷରେ ଭକ୍ତମାନେ ଯୁକ୍ତି ବାଢ଼ିଲେ। ଯେତେବେଳେ ବାବାଙ୍କର ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସିଲା ସେତେବେଳେ କେନ୍ଦ୍ରାପଡ଼ାରେ ନିଆଁ ଜଳିଲା। ଦେଖୁଦେଖୁ ଏହି ନିଆଁ ସମଗ୍ର ରାଜ୍ୟକୁ ବ୍ୟାପିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର।

୨୦୧୫ ଅଗଷ୍ଟ ୭ ତାରିଖରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଭାର ହାତକୁ ନେଇ ରାତି ଅଧିଆ ବାରିମୂଳ ଆଶ୍ରମରୁ ଲକ୍ଷାଧିକ ଟଙ୍କା ଓ ବହୁ ଅଳଙ୍କାର ଜବତ କରିବା ସହିତ ସାରଥୀଙ୍କୁ ଗିରଫ କରି କଟକ ଆଣିଥିଲା। ତା’ପରେ ଆରମ୍ଭ ହେଲା ରାତି ଅଧିଆ ଜେରା। ବାବାଙ୍କ ବିରୋଧରେ ଲମ୍ବିଲା ଠକେଇର ତାଲିକା। ଲୋକଙ୍କ ଧାର୍ମିକ ଭାବନାରେ ଆଘାତ ଓ ମହିଳାଙ୍କୁ ଅସଦାଚରଣ ଭଳି ମାମଲାରେ ଛନ୍ଦି ହୋଇ ଜେଲ୍‌ ଚାରିକାନ୍ଥ ଭିତରକୁ ଚାଲିଗଲେ ବାବା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ପାଳିତ ପୁଅ ସତ୍ୟମଙ୍କ ସମେତ ବୀରଭଦ୍ରେଶ୍ୱର ହାଇସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ମଧ୍ୟ ଗିରଫ କରିଥିଲା।

ସାରଥିଙ୍କ ବଡ଼ ଭାଇଙ୍କ ଆକାଉଣ୍ଟରୁ ଇଡି ୨୫ ଲକ୍ଷ ଟଙ୍କା ଜବତ କରିଥିଲା। ଏହି ଟଙ୍କା କେଉଁଠୁ ଆସିଲା, ସେନେଇ ତାଙ୍କୁ ମଧ୍ୟ ଜେରା କରାଯାଇଥିଲା। ମାତ୍ର ଏହାର ସେ ସନ୍ତୋଷଜନ ଉତ୍ତର ଦେଇପାରି ନଥିଲେ।  ଏହି ଘଟଣା ପରେ ସାରଥିଙ୍କ ପୁଅ ସତ୍ୟମ ଫେରାର ହୋଇଯାଇଥିଲେ। ସତ୍ୟମ ପୋଲିସକୁ ଚକମା ଦେଇ ଘୂରି ବୁଲୁଥିଲେ। ପୋଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇ ଥିଲା। ଶେଷରେ ସତ୍ୟମକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା।

ଆତ୍ମଘୋଷିତ ବାବା ସାରଥି ପୂର୍ବରୁ ଡାକ୍ତରୀ ଛାତ୍ରୀ ମାମଲାରେ ସୁପ୍ରିମକୋର୍ଟରୁ ଜାମିନ୍ ପାଇଥିଲେ। ଆଜି କ୍ରାଇମବ୍ରାଞ୍ଚର ମୂଳ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story