ଆଇନର ଅଗ୍ନୀ ପରୀକ୍ଷା : ରକ୍ତ ପ୍ରମାଣରେ ମାଆ ପାସ୍

କଟକ (ଦେବାଶିଷ ମହାନ୍ତି): କାହାକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ିଲା ପୁଣି କାହାକୁ କାଟିବାକୁ ପଡ଼ିଲା ଆଶଙ୍କ।ର କେଇ ସପ୍ତାହ। ଶେଷରେ ମାଆର ଖାଲି କୋଳ ଭର୍ତ୍ତି ହେଲା। ଆଇନର ଅଗ୍ନୀ ପରୀକ୍ଷାରେ ପାସ୍ ହେଲେ ଦୁଇ ମାଆ। ଶିଶୁ ଓ ମାଆର ରକ୍ତ ମେଳ ଖାଇବା ପରେ ଦୁଇ ମାଆ ଫେରି ପାଇଲେ ନିଜର ପିଲାଙ୍କୁ। ଏ ଘଟଣା କଟକ ବଡ଼ ଡାକ୍ତରଖାନାର। ଯେଉଁଠି ପିଲା ଚୋରଣୀଙ୍କ ନାଗଫ।ଶରେ ପଡି ଯାଇଥିଲେ ଦୁଇ ନବଜାତକ। […]

scbchild

scbchild

Rakesh Mallick
  • Published: Saturday, 25 March 2017
  • Updated: 25 March 2017, 03:54 PM IST

Sports

Latest News

କଟକ (ଦେବାଶିଷ ମହାନ୍ତି): କାହାକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ିଲା ପୁଣି କାହାକୁ କାଟିବାକୁ ପଡ଼ିଲା ଆଶଙ୍କ।ର କେଇ ସପ୍ତାହ। ଶେଷରେ ମାଆର ଖାଲି କୋଳ ଭର୍ତ୍ତି ହେଲା। ଆଇନର ଅଗ୍ନୀ ପରୀକ୍ଷାରେ ପାସ୍ ହେଲେ ଦୁଇ ମାଆ। ଶିଶୁ ଓ ମାଆର ରକ୍ତ ମେଳ ଖାଇବା ପରେ ଦୁଇ ମାଆ ଫେରି ପାଇଲେ ନିଜର ପିଲାଙ୍କୁ।

ଏ ଘଟଣା କଟକ ବଡ଼ ଡାକ୍ତରଖାନାର। ଯେଉଁଠି ପିଲା ଚୋରଣୀଙ୍କ ନାଗଫ।ଶରେ ପଡି ଯାଇଥିଲେ ଦୁଇ ନବଜାତକ। ଆଶାକର୍ମୀଙ୍କ ବେଶରେ ଆସି ଛଦ୍ମବେଶୀ ଚୋରଣୀ ଚୋରାଇ ନେଇ ଯାଇଥିଲେ ଦୁଇ ମାଆର ମାତୃତ୍ୱକୁ। ପୋଲିସ୍‌ରେ ଅଭିଯୋଗ ପରେ ପିଲା ଚୋରଣୀ ଧରା ପଡ଼ିଲେ। ଉଦ୍ଧାର ପାଇଲେ ଦୁଇ ଚୋରି ହୋଇଥିବା ପିଲା। ହେଲେ ମାଆ କୋଳକୁ ଦୁଇ ପିଲା ଫେରିବା, ଏତେଟା ସହଜ ନଥିଲା।

ପିଲା ଓ ମାଆଙ୍କ ମିଳନ ଆଗରେ ଛିଡା ହେଲା କାନୁନ୍‌ର ଉଚ୍ଚା କାନ୍ଥ। ପୋଲିସ୍‌ର ଯୁକ୍ତି ଥିଲା ଶିଶୁଙ୍କୁ ଫେରି ପାଇବାକୁ ହେଲେ ଦୁଇ ବାପା-ମାଆଙ୍କୁ ଡିଏନ୍ଏ ପରୀକ୍ଷାରେ ପାସ୍‌ ହେବାକୁ ପଡିବ। ଅଦାଲତ୍‌ରୁ ଆସିଲା ଅନୁମତି। ରକ୍ତ ନମୂନା ସଂଗ୍ରହ କରି ପୋଲିସ୍ ଗଲା ପରୀକ୍ଷାଗାରକୁ।

ଏପଟେ ଚାଲିଥିଲା ରକ୍ତ ପରୀକ୍ଷା, ସେପଟେ ଚାଲିଥିଲା ଦୁଇ ମାଆର ଧୈର୍ଯ୍ୟ ପରୀକ୍ଷା। ମାଆ ନିଜ ପିଲାକୁ ଛାତିଚିରି କ୍ଷୀର ପିଆଉଥିଲା ସିନା ହେଲେ ଛାତିପିଟି କହି ପାରୁନଥିଲା, ସେ ଯେ ତାର ଅସଲି ମାଆ।

ଶେଷରେ ଦୁଇ ମାଆଙ୍କ ଅପେକ୍ଷାରେ ପଡିଲା ପୂର୍ଣ୍ଣଛେଦ। ଆଇନ୍‌ର ଅଗ୍ନୀପରୀକ୍ଷାରେ ପାସ୍‌ ହେବା ପରେ ପୂରି ଉଠିଛି ସେମାନଙ୍କ ଶୂନ୍ୟକୋଳ।

କୋଳରେ ଛୁଆକୁ କାଖେଇ, କାନିରେ ଲୁହ ପୋଛି ଦେଇ ହୁଏତ ଏବେ ହସି ହସି ଦୁଇ ମାଆ ଫେରିଯିବେ ନିଜ ନିଜ ଘରକୁ। ହେଲେ କ’ଣ ଭୁଲି ପାରିବେ ଅଙ୍ଗେନିଭା ଘଟଣାକୁ। ଭୁଲି ଯାଇ ପାରିବେ ବଡ଼ ବୋଲି ବୋଲାଉଥିବା ବଡ ଡାକ୍ତରଖାନାର ଢିଲା ସୁରକ୍ଷା ବ୍ୟବସ୍ଥାକୁ।

କାରଣ ସୁରକ୍ଷିତ ମାତୃତ୍ୱର ମୋହରେ ପଡ଼ି ନିଜ ଗରିବି ଘରର ଅନ୍ଧାରୁଆ ଅନ୍ତଡିଶାଳକୁ ଡେଇଁ ଏମାନେ ଚାଲି ଆସିଥିଲେ ବଡ଼ ଡାକ୍ତରଖାନାକୁ। ହେଲେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ, ଯେ ବଡ଼ ଡାକ୍ତରଖାନାର ଭିଡ଼ ଭିତରେ ଲୁଚି ରହିଛନ୍ତି ମାଳମାଳ ପିଲା ଚୋରଣୀ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos