ସୋଆ ଫେକ୍‌ ପ୍ଲେସମେଣ୍ଟ ପଛରେ ବଡ଼ ରାକେଟ୍‌; ପୋଲିସ ସ୍କାନରରେ ୨୫

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ଆଇଟିଇଆର୍‌ର ଫେକ୍ ପ୍ଳେସମେଣ୍ଟ ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଥିରେ ସଂପୃକ୍ତ ଥିବା ପ୍ରାୟ ୨୫ ଜଣଙ୍କର ଏକ ତାଲିକା ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ୍। ଏମାନେ ସମସ୍ତେ ରାଜ୍ୟ ବାହାରର। ସେମାନଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠନ କରାଯାଇଥିବା ପୋଲିସ୍ କମିଶନର ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି। ଫେକ୍ ପ୍ଳେସମେଣ୍ଟ ମାମଲାରେ ଗିରଫ ହୋଇଥିବା ଡିନ୍ ରାଜକୁମାର ହୋତାଙ୍କୁ ଜେରା ବେଳେ ରାକେଟ୍ ସଂପର୍କିତ ତଥ୍ୟ ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ରାଜକୁମାରଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ଆଜି ସରୁଥିବାରୁ ତାଙ୍କୁ ପୁଣି ଥରେ ରିମାଣ୍ଡରେ ନେବାକୁ ପୋଲିସ୍ ଆବେଦନ କରାଯିବ।