ସୁରବାବା ଓ ତାଙ୍କ ଦୁଇ ପୁଅଙ୍କୁ ଜେରା ‌ଆରମ୍ଭ

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବା ଓ ତାଙ୍କର ଦୁଇ ପୁଅଙ୍କୁ ଜେରା ଆରମ୍ଭ କରିଛି କମିଶନରେଟ ପୋଲିସ୍। ଭୁବନେଶ୍ୱର ସ୍ଥିତ ପୋଲିସ୍ କମିଶନରେଟଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଏମାନଙ୍କୁ ଜେରା କରୁଛନ୍ତି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ।  ସେମାନଙ୍କ ବିରୋଧରେ ବାତିପାଟଣା ଥାନାରେ ଦିଆଯାଇଥିବା ଏତଲା ମୁତାବକ ଜେରା କରାଯାଉଛି ବୋଲି ସୂଚନା ମିଳିଛି। ଏଥିପାଇଁ କିଛି ସମୟ ପୂର୍ବରୁ ସୁରବାବା ଓ ତାଙ୍କ ଦୁଇ ପୁଅଙ୍କୁ କମିଶନରେଟ୍ ପୋଲିସ […]

surababa1

surababa1

Rakesh Mallick
  • Published: Monday, 31 August 2015
  • Updated: 31 August 2015, 05:44 AM IST

Sports

Latest News

surababaଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବା ଓ ତାଙ୍କର ଦୁଇ ପୁଅଙ୍କୁ ଜେରା ଆରମ୍ଭ କରିଛି କମିଶନରେଟ ପୋଲିସ୍। ଭୁବନେଶ୍ୱର ସ୍ଥିତ ପୋଲିସ୍ କମିଶନରେଟଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଏମାନଙ୍କୁ ଜେରା କରୁଛନ୍ତି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ।  ସେମାନଙ୍କ ବିରୋଧରେ ବାତିପାଟଣା ଥାନାରେ ଦିଆଯାଇଥିବା ଏତଲା ମୁତାବକ ଜେରା କରାଯାଉଛି ବୋଲି ସୂଚନା ମିଳିଛି। ଏଥିପାଇଁ କିଛି ସମୟ ପୂର୍ବରୁ ସୁରବାବା ଓ ତାଙ୍କ ଦୁଇ ପୁଅଙ୍କୁ କମିଶନରେଟ୍ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା।  ପୋଲିସ କମିଶନର ଆର. ପି. ଶର୍ମା ମଧ୍ୟ ଏ ତିନି ଜଣଙ୍କୁ ପଚରାଉଚରା କରିବେ ବୋଲି ଜଣାପଡ଼ିଛି।

ସୁରବାବା ଓ ତାଙ୍କ ୨ପୁଅଙ୍କୁ କମିଶନରେଟ ପୋଲିସ ଗତକାଲି ବିଳମ୍ୱିତ ରାତିରେ ହେପାଜତକୁ ନେଇଥିଲା। ରାତି ପ୍ରାୟ ୨ଟା ୩୦ରେ ଆଶ୍ରମ ପରିସରରେ ଥିବା ସୁରବାବାଙ୍କ ଘରୁ ପୋଲିସ ସେମାନଙ୍କୁ ହେପାଜତକୁ ନେଇଥିଲା। ସୁରବାବାଙ୍କ ବିରୋଧରେ ଗତକାଲି ବାଲିପାଟଣା ଥାନାରେ ଅଭିଯୋଗ ହୋଇଥିଲା। ବାବା ଓ ତାଙ୍କ ସମର୍ଥକମାନେ ମାଡ଼ପିଟ୍, ଧମକ ଓ ଜାତିଆଣ ମନ୍ତବ୍ୟ ଦେଇଥିବା ନେଇ ଏତଲାରେ ଦର୍ଶାଯାଇଛି।

ଗତକାଲି ସଂଧ୍ୟାରେ ଝିଇଁଟି ସ୍ଥିତ ତାଙ୍କ ଆଶ୍ରମରେ ଲୋକେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ୧୫ରୁ ଅଧିକ ଗାଡ଼ିକୁ ଲୋକେ ଜାଳି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos