ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ଲାଲବାହିନୀ। କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି। କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା, ଆଦିବାସୀ ଅଞ୍ଚଳରେ ମହିଳାଙ୍କ ଉପରେ ଅତ୍ୟାଚାର ଓ ହିଂସା ରୋକିବା ଏବଂ ଛତିଶଗଡ଼ ସରକାର ମହାନଦୀ ପାଣି ବ୍ୟବହାର କରିବା ଭଳି ବିଭିନ୍ନ ଦାବିରେ ବଂଶଧାରା-ଘୁମୁସର-ନାଗାବଳି ମାଓ କମିଟି ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି।<a href="">(image) </a></p> <p>ବନ୍ଦ ଡାକରା ଯୋଗୁଁ ରାୟଗଡ଼ା ଓ କନ୍ଧମାଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୁରୁସିଖମାର ନିକଟରେ ମାଓ ବ୍ୟାନର ଲାଗିଛି। ବ୍ୟାନର ଲାଗିଥିବା ସ୍ଥାନରେ କାଠ ପକାଇ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ। ୬ଟି ରୁଟ୍‌ରେ ସରକାରୀ ଗାଡ଼ି ମୋଟର ଯାତାୟତ କରୁ ନାହିଁ। ଭବାନୀପଟଣା-ରାୟଗଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ସେହିପରି ତୁମୁଡ଼ିବନ୍ଧରେ ମଧ୍ୟ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।