ଗାର୍ଲଫ୍ରେଣ୍ଡ ମିଳିଗଲେ ଏମିତି ବଦଳି ଯାଇଥାନ୍ତି ପୁଅ

ଏକ ଭଲ ସାଥୀର ସନ୍ଧାନରେ ସମସ୍ତେ ରହିଥାନ୍ତି। ଖାସ କରି ପୁଅମାନେ। ଏଥିପାଇଁ ନାନା ଫନ୍ଦି ଆପଣାଇଥାନ୍ତି। ଗାର୍ଲଫ୍ରେଣ୍ଡ ମିଳିଯିବା ପରେ ପୁରୁଣା ସାଙ୍ଗ ସାଥୀଙ୍କ ସହ ବେଶି ଭେଟ କରିନଥାନ୍ତି। ସେମାନଙ୍କ ସହ ସମୟ ବିତାଇ ନଥାନ୍ତି। ଆପଣ ବି ଯଦି ଭଲ ପାଇଥିବେ ତେବେ ନିଶ୍ଚିତ ସାଙ୍ଗମାନଙ୍କ ପାଖରୁ ଶୁଣିଥିବେ ‘ଯେବେଠାରୁ ଗାର୍ଲଫ୍ରେଣ୍ଡ ମିଳିଛି, ଇଏ ବଦଳି ଯାଇଛି’। ସାଙ୍ଗ ସାଥୀ ମଜାରେ ମଜାରେ ଏହା କହିଥାଇ ପାରନ୍ତି, ହେଲେ ଏହା ସମ୍ପୂର୍ଣ୍ଣ ସତ। […]

love

love

Rakesh Mallick
  • Published: Saturday, 28 April 2018
  • Updated: 28 April 2018, 11:34 AM IST

ଏକ ଭଲ ସାଥୀର ସନ୍ଧାନରେ ସମସ୍ତେ ରହିଥାନ୍ତି। ଖାସ କରି ପୁଅମାନେ। ଏଥିପାଇଁ ନାନା ଫନ୍ଦି ଆପଣାଇଥାନ୍ତି। ଗାର୍ଲଫ୍ରେଣ୍ଡ ମିଳିଯିବା ପରେ ପୁରୁଣା ସାଙ୍ଗ ସାଥୀଙ୍କ ସହ ବେଶି ଭେଟ କରିନଥାନ୍ତି। ସେମାନଙ୍କ ସହ ସମୟ ବିତାଇ ନଥାନ୍ତି। ଆପଣ ବି ଯଦି ଭଲ ପାଇଥିବେ ତେବେ ନିଶ୍ଚିତ ସାଙ୍ଗମାନଙ୍କ ପାଖରୁ ଶୁଣିଥିବେ ‘ଯେବେଠାରୁ ଗାର୍ଲଫ୍ରେଣ୍ଡ ମିଳିଛି, ଇଏ ବଦଳି ଯାଇଛି’। ସାଙ୍ଗ ସାଥୀ ମଜାରେ ମଜାରେ ଏହା କହିଥାଇ ପାରନ୍ତି, ହେଲେ ଏହା ସମ୍ପୂର୍ଣ୍ଣ ସତ। ପ୍ରେମ ହୋଇଗଲେ ନା କେବଳ ପୁଅଙ୍କ ବ୍ୟବହାରରେ, ଦୈନନ୍ଦୀନ ଜୀବନରେ ମଧ୍ୟ ବହୁ ପରିବର୍ତ୍ତନ ଘଟିଥାଏ।

ନିଜକୁ ଜଣେ ଭଲ ପ୍ରେମିକ ପ୍ରମାଣିତ କରିବାକୁ ସବୁ ବେଳେ ଚେଷ୍ଟା କରିଥାନ୍ତି। ସେମାନଙ୍କ ପସନ୍ଦ, ନାପସନ୍ଦ ସମ୍ପୂର୍ଣ୍ଣ ବଦଳି ଯାଇଥାଏ। ତେବେ ଆସନ୍ତୁ ଜାଣିବା ଗାର୍ଲଫ୍ରେଣ୍ଡ ମିଳିଯିବା ପରେ ପୁଅମାନଙ୍କ କ୍ଷେତ୍ରରେ କେମିତି ଆସିଥାଏ ପରିବର୍ତ୍ତନ।

୧. ସାଙ୍ଗମାନଙ୍କୁ ସହ ଦେଖା କରିବା କମି ଯାଇଥାଏ। ଅଧିକ ସମୟ ଗାର୍ଲଫ୍ରେଣ୍ଡ ସହ ବିତାଇଥାନ୍ତି। ତାଙ୍କ ସହ ବୁଲିବା, କଥା ହେବାକୁ ପ୍ରାଥମିକତା ଦେଇଥାନ୍ତି।

୨. ସେମିତିରେ ତ ପୁଅମାନେ ମିଛ କହିଥାନ୍ତି, ହେଲେ ଗାର୍ଲଫ୍ରେଣ୍ଡ ମିଳିଯିବା ପରେ ଏହି ମିଛ ସଂଖ୍ୟା ବଢ଼ିଯାଇଥାଏ। କେତେବେଳେ ସାଙ୍ଗକୁ ତ କେବେ ଘର ଲୋକଙ୍କୁ। ଏମିତିକି ଗାର୍ଲଫ୍ରେଣ୍ଡକୁ ମଧ୍ୟ ମିଛ କହିଥାନ୍ତି।

୩. ଗାର୍ଲଫ୍ରେଣ୍ଡ ହୋଇଯିବା ପରେ ପୁଅମାନେ ନିଜ ଲୁକ୍‌କୁ ନେଇ ବହୁତ ଚିନ୍ତା କରିଥାନ୍ତି।

୪. ଝିଅମାନଙ୍କ ପ୍ରତି ସେମାନଙ୍କ ଭାବନା ବଦଳି ଯାଇଥାଏ। ଅଧିକାଂଶ ସ୍ଥଳରେ ସେମାନେ ଝିଅଙ୍କୁ ନେଇ ସକାରାତ୍ମକ ଚିନ୍ତା କରିଥାନ୍ତି।

୫. ସମୟର ମୂଲ୍ୟ ବୁଝିବା ଆରମ୍ଭ କରିଥାନ୍ତି, ପୂର୍ବାପେକ୍ଷା ଅଧିକ ଦାୟିତ୍ୱବାନ ହୋଇଯାଇଥାନ୍ତି।

୬. ଏକା ଥିବା ସାଙ୍ଗକୁ ରିଲେସିନଶିପ୍‌ରେ ରହିବାକୁ ପରାମର୍ଶ ଦେଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos