ଠିକ୍ ଜାଗାରେ ଲଗାନ୍ତୁ ଅତର, ଅଧିକ ସମୟ ବାସିବେ

ପାଉଡ଼ର, କ୍ରିମ୍‌ ଭଳି ଅତର ଆମ ଦୈନନ୍ଦିନ ଜୀବନର ଏକ ପ୍ରସାଧନ ସାମଗ୍ରୀ। ପ୍ରାୟ ସବୁ ଲୋକ ଅତର ଲଗେଇବାକୁ ପସନ୍ଦ କରିଥାନ୍ତି। କାରଣ ଏହା ଆମ ଇମେଜକୁ ଅନ୍ୟମାନଙ୍କ ଆଗରେ ଦୃଢ କରିଥାଏ। ଆପଣଙ୍କ ଅତର ବାସ୍ନା ଆପଣଙ୍କୁ ଅନ୍ୟମାନଙ୍କ ଆଗରେ ସ୍ୱତନ୍ତ୍ର କରିଥାଏ। ସାଧାରଣତଃ ଧାରରା ରହିଛି, ଅଧିକ ସମୟ ବାସ୍ନା ରହୁଥିବା ଅତର ଅଧିକ ଦାମୀ ଓ ଭଲ ବ୍ରାଣ୍ଡର ହୋଇଥାଏ। ହେଲେ ସେମିତି କିଛି ନଥାଏ। ଅତର ଲଗାଇବାର ଏକ ଉପଯୁକ୍ତ […]

pefume

pefume

Rakesh Mallick
  • Published: Thursday, 26 April 2018
  • Updated: 26 April 2018, 07:47 PM IST

Sports

Latest News

ପାଉଡ଼ର, କ୍ରିମ୍‌ ଭଳି ଅତର ଆମ ଦୈନନ୍ଦିନ ଜୀବନର ଏକ ପ୍ରସାଧନ ସାମଗ୍ରୀ। ପ୍ରାୟ ସବୁ ଲୋକ ଅତର ଲଗେଇବାକୁ ପସନ୍ଦ କରିଥାନ୍ତି। କାରଣ ଏହା ଆମ ଇମେଜକୁ ଅନ୍ୟମାନଙ୍କ ଆଗରେ ଦୃଢ କରିଥାଏ। ଆପଣଙ୍କ ଅତର ବାସ୍ନା ଆପଣଙ୍କୁ ଅନ୍ୟମାନଙ୍କ ଆଗରେ ସ୍ୱତନ୍ତ୍ର କରିଥାଏ। ସାଧାରଣତଃ ଧାରରା ରହିଛି, ଅଧିକ ସମୟ ବାସ୍ନା ରହୁଥିବା ଅତର ଅଧିକ ଦାମୀ ଓ ଭଲ ବ୍ରାଣ୍ଡର ହୋଇଥାଏ। ହେଲେ ସେମିତି କିଛି ନଥାଏ। ଅତର ଲଗାଇବାର ଏକ ଉପଯୁକ୍ତ ସ୍ଥାନ ରହିଛି। ଯେଉଁଠି ନାହିଁ ସେଠି ଅତର ଲଗାଇ ଦେଲେ ଏହା ଅଧିକ ସମୟ କାମ କରି ନଥାଏ। ଆସନ୍ତୁ ଜାଣିବା କେଉଁଠି କେଉଁଠି ଅତର ପକାଇଲେ ଅଧିକ ସମୟ ବାସ୍ନା ରହିଥାଏ।

1କେଶ: ସମସ୍ତେ ନିଜ ପୋଷାକରେ ଅତର ପକାଇଥାନ୍ତି। ହେଲେ ଏହି ବାସ୍ନା ଶୀଘ୍ର ଉଡିଯାଇଥାଏ। ଯଦି ଆପଣ କେଶରେ ଅତର ଲଗାଇବେ ଏହାର ବାସ୍ନା ଆଧିକ ସମୟ ରହିବ। ହେଲେ ଧ୍ୟାନ ରଖିବେ ଅତର କେଶରେ ସିଧାସଳଖ ଲଗାଇବେ ନାହିଁ। ପ୍ରଥମେ ଏହାକୁ ପାନିଆରେ ସ୍ପ୍ରେ କରନ୍ତୁ ଓ ପରେ ମୁଣ୍ଡ କୁଣ୍ଡାନ୍ତୁ।

2ବେକ: ବିଭିନ୍ନ ବିଜ୍ଞାପନରେ ଦେଖିଥିବେ ଅମେଲମାନେ ବେକରେ ଅତର ପକାଇବା। ପ୍ରକୃତରେ ଏହା ଠିକ୍‌। ବେକରେ ଅତର ଲଗେଇଲେ ବସ୍ନା ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ।

3କହୁଣି ଭିତରେ: କହୁଣୀ ଭିତରେ ଅତର ଲଗାନ୍ତୁ, ବାସ୍ନା ଅଧିକ ସମୟ ରହିବ।

4ଛାତି: ଛାତିରେ ଅତର ଲଗାଇଲେ ସମ୍ମୁଖରେ ଛିଡା ହୋଇଥିବା ଲୋକ ପାଖରେ ଅତି ସହଜରେ ବାସ୍ନା ପହଁଚିଥାଏ। ଧ୍ୟାନ ଦେବେ ଛାତିରେ ଅତର ଲଗାଇବା ସମୟରେ ୬ରୁ ୯ ଇଞ୍ଚ ଦୂରରୁ ସ୍ପ୍ରେ କରିବେ।

5ମଣିବନ୍ଧ: ମଣିବନ୍ଧରେ ଅତର ଲଗାଇବା ଦ୍ୱାରା ଏହାର ବାସ୍ନା ଅଧିକ ସମୟ ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos