ନୂଆଦିଲ୍ଲୀ: ବିଶ୍ୱରେ ପ୍ରତିଦିନ ବିଭିନ୍ନ ଡିଜାଇନ୍ରେ ଅନେକ ଛୋଟବଡ଼ କାର ନିର୍ମାଣ ହେଉଛି। କମ୍ପାନୀଗୁଡ଼ିକ ମଧ୍ୟ କାରକୁ ଆକର୍ଷଣୀୟ କରି ତିଆରି କରିବାକୁ ନାନା ଯୋଜନା କରୁଛନ୍ତି। ଆମେରିକା ଓ ବ୍ରିଟେନ୍ ଓ ଜର୍ମାନୀ ଭଳି ରାଷ୍ଟ୍ରଗୁଡ଼ିକରେ ବହୁତ ବଡ଼ ବଡ଼ ବିଳାସମୟ କାର ତିଆରି ହେଉଛି। କିନ୍ତୁ ବିଶ୍ୱର ସବୁଠାରୁ ଛୋଟ କାର ଆପଣ ଦେଖିଛନ୍ତି କି? ଆଜି ଆସନ୍ତୁ ଜାଣିବା ବିଶ୍ୱର ମିନି କାର ବିଷୟରେ।
୧୯୬୨ ମସିହାରେ ୧୯୬୫ ମଧ୍ୟରେ ପିଲ୍ କମ୍ପାନୀ ବିଶ୍ୱର ସବୁଠାରୁ ଛୋଟ କାର peel50 ତିଆରି କରିଥିଲା। ୨୦୧୦ରେ ଏହି କାର ବିଶ୍ୱର ସବୁଠାରୁ ମିନି କାର ଭାବରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା।
ଏହି ମାଇକ୍ରୋ କାରରେ ରିଭର୍ସ ଗିୟର ଦିଆଯାଇ ନଥିଲା। କିନ୍ତୁ ଆବଶ୍ୟକ ବେଳେ ବ୍ୟବହାର ପାଇଁ ଏହାର ପଛରେ ଏକ ହ୍ୟାଣ୍ଡେଲ୍ ଦିଆଯାଇଥିଲା।
ସହର ଭିତରେ ଛୋଟ ଛୋଟ ଗଳିରେ କାରଟି ସହଜରେ ଚାଲିପାରିବା ଭଳି ଏହାର ଡିଜାଇନ୍ କରାଯାଇଥିଲା। ଏଥିରେ ମାତ୍ର ଜଣେ ବ୍ୟକ୍ତି ବସିବା ପାଇଁ ସିଟ୍ ଦିଆଯାଇଥିଲା।
ଏଥିରେ କେବଳ ବାମପଟେ ଖୋଲୁଥିବା ଡୋର ଦିଆ ଯାଇଥିଲା। କମ୍ପାନୀ ଏହି ମାଇକ୍ରୋ କାରକୁ କେବଳ ୨୫ ୟୁନିଟ୍ସ ତିଆରି କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍ରୁ ଆସି ବାହାହେଲେ
ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।
Special
ଝାଉଁ କାଠର ଘୋର ଅଭାବ; ସ୍ୱର୍ଗଦ୍ୱାରରେ ଲୋଡ଼ା କି ବୈଦ୍ୟୁତିକ ଚୁଲା?
ଜଣକା ୨ କ୍ୱିଣ୍ଟାଲ୍ କାଠର ଆବଶ୍ୟକତା ଥିବାରୁ ବର୍ଷକୁ ଏ ବାବଦରେ ପ୍ରାୟ ୭୨ ହଜାର କ୍ୱିଣ୍ଟାଲ କାଠ ଦରକାର। ଏପରିସ୍ଥଳେ ବନ ବିଭାଗ ପକ୍ଷରୁ ଅସ୍ତରଙ୍ଗ ଜଙ୍ଗଲରୁ ପୁରୀ ସ୍ୱର୍ଗଦ୍ୱାରକୁ ଯୋଗାଇ ଦିଆଯାଉଥିବା ଝାଉଁ କାଠର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି।
Special
ଆତ୍ମସମର୍ପଣର ୧୬ ବର୍ଷ ପରେ ସୂର୍ୟାମଙ୍କ ଘରେ ପହଞ୍ଚିଲା ଆନ୍ଧ୍ର ପୁଲିସ
ସୂର୍ଯ୍ୟମ୍ ମାଓ ସଙ୍ଗଠନରେ ଥିବା ବେଳେ ପ୍ରେମରେ ପଡ଼ିଥିଲେ। ସେହି ସଂଗଠନରେ କାର୍ଯ୍ୟ କରୁଥିବା ପବିତ୍ରା ନାୟକଙ୍କୁ ସେ ପ୍ରେମ କରୁଥିଲେ। ପରବର୍ତ୍ତୀ ସେ ପବିତ୍ରାଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହ ପରେ ବେଶୀ ଦିନ ସଙ୍ଗଠନରେ ରହି ପାରିନଥିଲେ।
Special
ଜେଲରୁ MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା
ଜେଲ୍ ଭିତରେ ଅଧିକ ସମୟ ପାଠପଢାରେ କାଟୁଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭର୍ସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ପଢୁଛନ୍ତି ପାଠ।
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।