୨୦୧୭ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ବିଜେଡି, ବିଜେପି ଓ କଂଗ୍ରେସ

ଭୁବନେଶ୍ୱର: ୨୦୧୭ ପଞ୍ଚାୟତ ନିବାୟଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ୨୦୧୯ରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ପଞ୍ଚାୟତ ନିର୍ବାଚନକୁ ତିନି ଦଳ ଅଧିକ ଗୁରୁତ୍ୱ ଦେଉଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ତା’ର ରଣନୀତି ପ୍ରସ୍ତୁତ କରିବା ସହ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛି। ବିଜେପି ଗାଁକୁ ଗାଁ ଯାଇ ପଞ୍ଚାୟତ ନିର୍ବାଚନ ବିଗୁଲ ବଜାଇବାକୁ ସଜବାଜ ହେଉଛି। କଂଗ୍ରେସ ମଧ୍ୟ […]

pratap-dharmendra-sarat

pratap-dharmendra-sarat

Rakesh Mallick
  • Published: Tuesday, 21 June 2016
  • Updated: 21 June 2016, 09:08 PM IST

Sports

Latest News

pratap-dharmendra-saratଭୁବନେଶ୍ୱର: ୨୦୧୭ ପଞ୍ଚାୟତ ନିବାୟଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ୨୦୧୯ରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ପଞ୍ଚାୟତ ନିର୍ବାଚନକୁ ତିନି ଦଳ ଅଧିକ ଗୁରୁତ୍ୱ ଦେଉଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ତା’ର ରଣନୀତି ପ୍ରସ୍ତୁତ କରିବା ସହ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛି। ବିଜେପି ଗାଁକୁ ଗାଁ ଯାଇ ପଞ୍ଚାୟତ ନିର୍ବାଚନ ବିଗୁଲ ବଜାଇବାକୁ ସଜବାଜ ହେଉଛି। କଂଗ୍ରେସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

ଜିଲ୍ଲାପାଳ ସମ୍ମିଳନୀ ମାଧ୍ୟମରେ ପଞ୍ଚାୟତ ନିର୍ବାଚନ ପାଇଁ ଏଜେଣ୍ଡା ସ୍ଥିର କରିବା ପରେ ବିଜେଡି ଏବେ ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି ଆରମ୍ଭ କରିଛି। କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ଜଗତସିଂପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଦଳ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି। ରାଜ୍ୟ ସରକାରଙ୍କ ସଫଳ ଯୋଜନା ଓ ନବୀନଙ୍କ ନିର୍ମଳ ଭାବମୂର୍ତ୍ତିକୁ ଦଳ ମୁଖ୍ୟଅସ୍ତ୍ର କରିବ। ବିଧାୟକମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେବେ।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “କିଛି ଜିଲ୍ଲାରେ ପର୍ଯ୍ୟବେକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ସରିଯିବା ପରେ ମାସ ଶେଷ ସୁଦ୍ଧା ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ ହେବ। ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ବିଧାୟକମାନେ ସେମାନଙ୍କ ଅଞ୍ଚଳର ଦାୟିତ୍ୱ ନେଉଛନ୍ତି।

ବିଜେପି ମଧ୍ୟ ତା’ର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ସୁନ୍ଦରଗଡ଼ରେ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀରେ ଦଳ ପଞ୍ଚାୟତ ନିର୍ବାଚନ ଉପରେ ବିସ୍ତୃତ ଅଲୋଚନା କରିଛି। ଚିଟ୍‌ଫଣ୍ଡ ଦୁର୍ନୀତି ଓ ରାସନକାର୍ଡ ଅନିୟମିତତା ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ସ୍ଥିର କରିଛି। ଜୁନ ମାସ ଶେଷରୁ ଅକ୍ଟୋବର ମଧ୍ୟରେ ଦଳ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ସରକାରଙ୍କ ସଫଳ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ ଦଳ ସ୍ଥିର କରିଛି। ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଗାଁ ଗାଁରେ ମେଳା ଲଗାଇ ମହିଳାଙ୍କଠାରୁ ଦରଖାସ୍ତ ଗ୍ରହଣ କରାଯିବ। ଏହାସହ ବିଜେଡି ଓ କଂଗ୍ରେସର ମୁକାବିଲା ପାଇଁ ଦଳ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ତାଲିକା ଏ ପର୍ଯ୍ୟନ୍ତ ବିଜେଡି କରିପାରି ନାହିଁ। ଜୁନ ମାସ ଶେଷ ସପ୍ତାହରୁ ଅକ୍ଟୋବର ପର୍ଯ୍ୟନ୍ତ ଆମ ଦଳ ପଞ୍ଚାୟତ ସ୍ତରରୁ ରାଜ୍ୟବ୍ୟାପି ନିର୍ଣ୍ଣାୟକ ଆନ୍ଦୋଳନ କରିବ।”

ଗତ କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସ ପଞ୍ଚାୟତ ନିର୍ବାଚନ ବିଷୟରେ ଆଲୋଚନା କରିଛି। ଯେଉଁଠି ପଞ୍ଚାୟତ କମିଟି ଗଠନ ହୋଇ ନ ଥିଲା ସେଠାରେ କମିଟି ଗଠନ କରାଯାଉଛି। ବ୍ଲକ କମିଟି ମଧ୍ୟ ଗଠନ କରାଯାଉଛି। ରାସନକାର୍ଡ ଅନିୟମିତତାକୁ ନେଇ ଦଳ ଆନ୍ଦୋଳନ ବି କରିଛି।

କଂଗ୍ରେସ ମୁଖପାତ୍ର ଶରତ ରାଉତ କହିଛନ୍ତି, “ଯେଉଁଠି ପଞ୍ଚାୟତ କମିଟି ନ ଥିଲା ସେଠାରେ ଗଠନ କରାଯାଉଛି। ପଞ୍ଚାୟତ ନିର୍ବାଚନକୁ ସଫଳତାର ସହ ସାମ୍ନା କରିବାକୁ ଦଳ ପ୍ରସ୍ତୁତ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story