ବାରିପଦା: ବହଳଦା ଥାନା ନିକଟ ସିଜୁକଳା ଗାଁରେ ଜଣେ ମହିଳାଙ୍କୁ ୩ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ମୃତା ମହିଳା ଜଣଙ୍କ ହେଲେ ମାନୁକୁ ମାଝି। ମୃତ୍ୟୁର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଗୁଣିଗାରେଡ଼ି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ଆଜି ସକାଳେ ମାନୁକୁ ଗାଁ ନିକଟ କେନାଲ ବନ୍ଧରେ ଛେଳି ଚରାଉ ଥିବା ବେଳେ ୩ ଜଣ ଯୁବକ ଏକ ବାଇକ୍ରେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଗୁଳି ମାନୁକୁଙ୍କ ମୁଣ୍ଡରେ ବାଜିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।