ବାର୍ଷିକ ଉତ୍ସବ ସ୍ଥାନକୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ର ଓ କର୍ତ୍ତୃପକ୍ଷ ମୁହାଁମୁହିଁ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜନର ସ୍ଥାନକୁ ନେଇ ଆଜି ଛାତ୍ର ସଂସଦ ଓ ବିଶ୍ୱବଦ୍ୟାଳୟର କର୍ତ୍ତୃପକ୍ଷ ମୁହାଁମୁହିଁ ହୋଇଛନ୍ତି। କ୍ୟାମ୍ପସ ପରିସରରେ ଥିବା ଲନ୍‌ରେ ଛାତ୍ର ସଂସଦ ପକ୍ଷରୁ ଆଜି ବାର୍ଷିକ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ବାରଣ କରିଥିଲେ। ଏହାକୁ ନେଇ କ୍ୟାମ୍ପସ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ବାର୍ଷିକ ଉତ୍ସବ ପାଳନ ଲନ୍‌ରେ କରାଯିବ ବୋଲି ଛାତ୍ର ସଂସଦ ସଭାପତି ନିଜ ଜିଦରେ ଅଟଳ ରହିଛନ୍ତି। […]

ctc

ctc

Rakesh Mallick
  • Published: Tuesday, 19 April 2016
  • Updated: 19 April 2016, 05:48 PM IST

Sports

Latest News

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜନର ସ୍ଥାନକୁ ନେଇ ଆଜି ଛାତ୍ର ସଂସଦ ଓ ବିଶ୍ୱବଦ୍ୟାଳୟର କର୍ତ୍ତୃପକ୍ଷ ମୁହାଁମୁହିଁ ହୋଇଛନ୍ତି। କ୍ୟାମ୍ପସ ପରିସରରେ ଥିବା ଲନ୍‌ରେ ଛାତ୍ର ସଂସଦ ପକ୍ଷରୁ ଆଜି ବାର୍ଷିକ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ବାରଣ କରିଥିଲେ। ଏହାକୁ ନେଇ କ୍ୟାମ୍ପସ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ବାର୍ଷିକ ଉତ୍ସବ ପାଳନ ଲନ୍‌ରେ କରାଯିବ ବୋଲି ଛାତ୍ର ସଂସଦ ସଭାପତି ନିଜ ଜିଦରେ ଅଟଳ ରହିଛନ୍ତି। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର, ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ସମେତ କଟକର ସାଂସଦ ଓ ଦୁଇ ବିଧାୟକଙ୍କୁ ଯୋଗ ଦେବାକୁ ଥିବା ନିମନ୍ତ୍ରଣ  କରାଯାଇଥିଲା। ନିମନ୍ତ୍ରିତ ଅତିଥିମାନଙ୍କୁ ଫୋନ କରି ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେବା ଲାଗି କୁହାଯାଇଥିବା କୁଳପତି କହିଛନ୍ତି। କୌଣସି ଅଘଟଣ ଆଶଙ୍କାରେ ଘଟଣାସ୍ଥଳରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି, “ରେଭେନ୍ସା ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବ ଲନ୍‌ରେ କରିବା ପାଇଁ ମୁଁ  ଛାତ୍ର ସଂସଦ ସଭାପତିଙ୍କୁ ଅନୁମତି ଦେଇନାହିଁ କି ସେମାନେ ମାଗି ନାହାନ୍ତି। ଯଦି ସେମାନେ କ୍ୟାମ୍ପସରେ କାର୍ଯ୍ୟକ୍ରମ କରନ୍ତି ତାହା ହେଲେ ଆମ କେହି କର୍ମଚାରୀ ଏଥିରେ ଯୋଗଦେବୁ ନାହିଁ। ତାଙ୍କୁ ସେଥିପାଇଁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି। ନିୟମ ଅନୁଯାୟୀ ଯେଉଁ କାର୍ଯ୍ୟନୁଷ୍ଠାନ ନେବା କଥା ତାହା ନିଆଯିବ।  ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ, ବିଧାୟକ ଓ ରାଜନୈତିକ ନେତାମାନେ ଆସୁଛନ୍ତି। ତାଙ୍କର ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ଏତେ ବଡ଼ କାର୍ଯ୍ୟକ୍ରମ ହେବା ଠିକ୍ ନୁହେଁ। ଏ ବିଷୟରେ ଆମେ ପୋଲିସକୁ ଜଣାଇଛୁ।”

ଛାତ୍ର ସଂସଦ ସଭାପତି ରମ୍ୟ ରଞ୍ଜନ ବେହେରା କହିଛନ୍ତି, “କ୍ୟାମ୍ପସ ଲନ୍‌ରେ ଆଗରୁ କାର୍ଯ୍ୟକ୍ରମ ହୋଇଛି। ଆଜି ବି କାର୍ଯ୍ୟକ୍ରମ ହେବ। କିଛିଦିନ ତଳେ ସ୍ମାଟ୍ ରେସ କାର୍ଯ୍ୟକ୍ରମ ଲନ୍‌ରେ ହୋଇଥିଲା। ଦୁଇତିନି ବର୍ଷ ତଳେ ଜନମଞ୍ଚ କାର୍ଯ୍ୟକ୍ରମ ହୋଇଛି। ଲନ୍‌ରେ କାର୍ଯ୍ୟକ୍ରମ କରିବା ପାଇଁ କଲେଜ ରେଜିଷ୍ଟ୍ରାଙ୍କୁ ମୁଁ ଚିଠି ଦେଇଛି। କିନ୍ତୁ ତା’ର ଉତ୍ତର କିଛି ଆମକୁ ମିଳିନାହିଁ। କେଉଁଠି କାର୍ଯ୍ୟକ୍ରମ କରାଯିବ କୁଳପତି ଆମକୁ ଲିଖିତ ଆକାରରେ କିଛି ଦେଇନାହାଁନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos