ବିପାଶା ଓ କରନଙ୍କ ବିବାହ ପାଇଁ ଶୁଭକାମନା ଜଣାଇଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍ ବ୍ଲାକ୍ ବିୟୁଟି ବିପାଶା ବସୁ ଓ କରନ ସିଂ ଗ୍ରୋବର ନିଜର ସମ୍ପର୍କକୁ ନେଇ କେବେ ଖୋଲାଖୋଲି  ପ୍ରକାଶ କରି ନାହାନ୍ତି। କିନ୍ତୁ ଏହି ଦୁଇ ପ୍ରେମୀ ଯୁଗଳ ଏପ୍ରିଲ ମାସରେ ବିବାହ କରିବାକୁ ଯାଉଛନ୍ତି। ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ମୋର ବନ୍ଧୁ ବିପାଶା ବସୁ  ଓ ତାଙ୍କର ଭାବି ସ୍ୱାମୀ କରନଙ୍କୁ ଶୁଭକାମନା ଜଣାଇଛନ୍ତି । ଏକ ରିପୋର୍ଟ ଅନୁସାରେ ଏ ଦୁହେଁ ଏପ୍ରିଲ୩୦ରେ ବିବାହ ବନ୍ଧନରେ ଆବଦ୍ଧ […]

-bipasha-

-bipasha-

Rakesh Mallick
  • Published: Thursday, 07 April 2016
  • Updated: 07 April 2016, 09:25 AM IST

Sports

Latest News

ମୁମ୍ବାଇ: ବଲିଉଡ୍ ବ୍ଲାକ୍ ବିୟୁଟି ବିପାଶା ବସୁ ଓ କରନ ସିଂ ଗ୍ରୋବର ନିଜର ସମ୍ପର୍କକୁ ନେଇ କେବେ ଖୋଲାଖୋଲି  ପ୍ରକାଶ କରି ନାହାନ୍ତି। କିନ୍ତୁ ଏହି ଦୁଇ ପ୍ରେମୀ ଯୁଗଳ ଏପ୍ରିଲ ମାସରେ ବିବାହ କରିବାକୁ ଯାଉଛନ୍ତି।

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ମୋର ବନ୍ଧୁ ବିପାଶା ବସୁ  ଓ ତାଙ୍କର ଭାବି ସ୍ୱାମୀ କରନଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏକ ରିପୋର୍ଟ ଅନୁସାରେ ଏ ଦୁହେଁ ଏପ୍ରିଲ୩୦ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ବିବାହ ପାଇଁ ମେନ୍ୟୁ ମଧ୍ୟ ପ୍ରସ୍ତୁତ ହୋଇ ଗଲାଣି। ମୁମ୍ବାଇର ଏକ ବଡ଼ ହୋଟଲରେ ଏମାନଙ୍କ ବିବାହ ହେବ। ବିପାଶା ବାହାଘର ପାଇଁ ଟ୍ରାଡିସନାଲ୍ ବେଙ୍ଗଲି ପୋଷାକ ତିଆରି କରିଥିବା ଜଣାପଡ଼ିଛି।

 ଗତ କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ କରନଙ୍କ ମା’ ବିପାଶାଙ୍କୁ  ବୋହୂ ରୂପରେ ଗ୍ରହଣ କରିବାକୁ ମନା କରି ଦେଇଥିଲେ।

ଯଦି କରନ ଏହି ବିବାହ କରନ୍ତି, ତେବେ କରନ ତୃତୀୟ ଥର ବିବାହ ବନ୍ଧନରେ ଆବଦ୍ଧ ହେବେ। କରନ ପ୍ରଥମେ ଟେଲି ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କୁ ଓ ପରେ ଜେନିଫର ବିଗେଟଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos