ବଲାଙ୍ଗିରରେ ଅନର କିଲିଂ: ଭିନ୍ନ ଜାତିରେ ବାହା ହେବାରୁ ଝିଅର ତଣ୍ଟି ଚିପି ହତ୍ୟା କଲା ବାପା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଖୁଣ୍ଟସମଲାଇ ଗାଁରୁ ଅନର କିଲିଂ  ଅଭିଯୋଗ ଆସିଛି। ଗାଁର କୈଳାସ ତଅଁଳାଙ୍କ ଝିଅ ଗୀତା ତଅଁଳା  ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କରିଥିବାରୁ ଝିଅର ତଣ୍ଟି ଚିପି ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି।  ମୃତ୍ୟୁ ବେଳକୁ ଗୀତା ୪ ମାସର ଗର୍ଭବତୀ ଥିଲେ।  ଗୀତାର ଆଈ ମେମ୍ ତଅଁଳା ଏ ନେଇ ବଲାଙ୍ଗିର ଜିଆରପି ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ […]

death

death

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 01:43 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଖୁଣ୍ଟସମଲାଇ ଗାଁରୁ ଅନର କିଲିଂ  ଅଭିଯୋଗ ଆସିଛି। ଗାଁର କୈଳାସ ତଅଁଳାଙ୍କ ଝିଅ ଗୀତା ତଅଁଳା  ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କରିଥିବାରୁ ଝିଅର ତଣ୍ଟି ଚିପି ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି।  ମୃତ୍ୟୁ ବେଳକୁ ଗୀତା ୪ ମାସର ଗର୍ଭବତୀ ଥିଲେ।  ଗୀତାର ଆଈ ମେମ୍ ତଅଁଳା ଏ ନେଇ ବଲାଙ୍ଗିର ଜିଆରପି ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣା ପରଠାରୁ କୈଳାସ ଫେରାର ହୋଇଯାଇଥିବା ଜିଆରପି ପୋଲିସ୍ କହିଛି।

ଗତ ଚାରି ଦିନ ତଳେ ବାପା କୈଳାସ ଝିଅକୁ ହତ୍ୟା କରିବ ବୋଲି ଧମକ ଦେଇଥିବାରୁ ତରଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଆଇ ମେମ୍ ତଅଁଳା ନାତୁଣୀକୁ ଲଚାଇ ରଖିଥିଲା। ଗତକାଲି କୈଳାସ ଫଟାମୁଣ୍ଡା ଗାଁକୁ ଯାଇ ଆଈ ଓ ନାତୁଣୀକୁ ବୁଝାସୁଝା କରି ବଲାଙ୍ଗିରକୁ ଫେରାଇ ଆଣିଥିଲା। ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ବଲାଙ୍ଗିର ଷ୍ଟେସନଠାରୁ ୩ ଶହ ମିଟର ଦୂରରେ ଥିବା ଏକ ବୁଦାମୂଳେ କୈଳାସ ଝିଅର ଓଢଣିରେ ତଣ୍ଟିଚିପି ହତ୍ୟା କରିଥିଲା।

ଗତବର୍ଷ ଗୀତା  ତା’ ପରିବାର ସହିତ ଦାଦନ ଖଟିବାକୁ ବିଜୟୱାଡା ଯାଇଥିଲା। ସେଠାରେ ଗୀତାର ନରେଶ ତାଣ୍ଡି ନାମକ ଜଣେ ଯୁବକ ସହ ସମ୍ପର୍କ ଗଢି ଉଠିଥିଲା। ଗୀତା ଚମାର ଜାତିର ହୋଇଥିବା ବେଳେ ନରେଶ ହରିଜନ ଜାତିର ହୋଇଥିବାରୁ ଝିଅ ଘର ପରିବାର ଲୋକେ ବିରୋଧ କରିଥିଲେ। ତେବେ ଗତ ତିନି ମାସ ତଳେ ଗୀତା ନରେଶଙ୍କ ଘର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଶରଦାପୁର ଗାଁକୁ ଚାଲି ଯାଇଥିଲା। ନରେଶଙ୍କ ପରିବାର ଲୋକେ ଭିନ୍ନ ଜାତିର କହି ଗର୍ଭବତୀ ଅବସ୍ଥାରେ ଗୀତାକୁ ଘରୁ ବାହାର କରିଦେଇଥିଲେ। ଫଳରେ ଗୀତା ତା’ ବାପା ଘରକୁ ଚାଲିଆସିଥିଲା।

ମୃତ ଗୀତାର ଆଈ’ ମେମ୍ ତଅଁଳା କହିଛନ୍ତି,”  ଝିଅର ତଣ୍ଟି ଚିପି କୈଳାସ ହତ୍ୟା କରିଛି। ନାତୁଣୀକୁ ନ ମାରିବା ପାଇଁ ଯେତେ ବୁଝାଇଥିଲି ମଧ୍ୟ କୈଳାସ ଶୁଣିନଥିଲା।”

ଜିଆରପି ଥାନା ଅଧିକାରୀ କମଳନାଥ ଖାଲ୍‌କୋ କହିଛନ୍ତି, “ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ। ଅଭିଯୁକ୍ତ କୈଳାସ ଗତକାଲି ରାତିରେ ଫେରାର ହୋଇଯାଇଛି। କୈଳାସକୁ ଧରିବା ପାଇଁ ବିଭିନ୍ନ ଥାନାରେ ସୂଚନା ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos