କାଷ୍ଟିଂ କାଉଚ୍‌: ପପୁ ପମ୍‌ପମ୍‌ ଓ  ପ୍ରଦୀପ ସ୍ୱାଇଁଙ୍କୁ ଜାରି ହେବ ନୋଟିସ୍

ଭୁବନେଶ୍ୱର: ନାବାଳିକାଙ୍କୁ କାଷ୍ଟିଂ କାଉଚ୍‌ ଅଭିଯୋଗ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ଙ୍କ ସହ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କୁ ନୋଟିସ୍‌ ଜାରି ହେବ ବୋଲି ଆଜି ପୋଲିସ୍‌ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି। ଏହାସହ ଏହି ଘଟଣା ସମ୍ପର୍କରେ ଜାଣିଥିବା ଅନ୍ୟ କିଛି ବ୍ୟକ୍ତିଙ୍କୁ ମଧ୍ୟ ନୋଟିସ୍‌ ହେବ ବୋଲି କମିଶନର କହିଛନ୍ତି। ଏହି ଘଟଣାରେ ଆଜି ୧୬୧ ଧାରାରେ ନାବାଳିକାଙ୍କ ମା’ଙ୍କ ମହିଳା ଥାନା ପୋଲିସ୍‌ ବୟାନ୍ ରେକର୍ଡ କରିଛି। ପପୁଙ୍କୁ ତୁରନ୍ତ ଗିରଫ […]

papu

papu

Rakesh Mallick
  • Published: Tuesday, 28 June 2016
  • Updated: 28 June 2016, 08:45 PM IST

Sports

Latest News

ଭୁବନେଶ୍ୱର: ନାବାଳିକାଙ୍କୁ କାଷ୍ଟିଂ କାଉଚ୍‌ ଅଭିଯୋଗ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ଙ୍କ ସହ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କୁ ନୋଟିସ୍‌ ଜାରି ହେବ ବୋଲି ଆଜି ପୋଲିସ୍‌ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି। ଏହାସହ ଏହି ଘଟଣା ସମ୍ପର୍କରେ ଜାଣିଥିବା ଅନ୍ୟ କିଛି ବ୍ୟକ୍ତିଙ୍କୁ ମଧ୍ୟ ନୋଟିସ୍‌ ହେବ ବୋଲି କମିଶନର କହିଛନ୍ତି।

ଏହି ଘଟଣାରେ ଆଜି ୧୬୧ ଧାରାରେ ନାବାଳିକାଙ୍କ ମା’ଙ୍କ ମହିଳା ଥାନା ପୋଲିସ୍‌ ବୟାନ୍ ରେକର୍ଡ କରିଛି।

ପପୁଙ୍କୁ ତୁରନ୍ତ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚା ଥାନା ଆଗରେ ଆନ୍ଦୋଳନ କରିଛି। ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟ କହିଛନ୍ତି, “ପପୁ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଥିଲେ। ସେଥିପାଇଁ ବିଜୁ ଜନତା ଦଳ ତାଙ୍କୁ ସୁରକ୍ଷା ଦେଉଛି। ଯଦି ପପୁ ଧରାପଡନ୍ତି, ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମଧ୍ୟ ଧରାପଡ଼ିବେ। କେବଳ ପପୁ ନୁହେଁ ଏହି ଘଟଣାରେ ବିଜୁ ଜନତା ଦଳର ବଡବଡ଼ ନେତା ମଧ୍ୟ ଜଡ଼ିତ ଅଛନ୍ତି।”

ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପପୁ ପମ୍‌ପମ୍‌ ଏବଂ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କ ନାଁରେ ଗତକାଲି ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା।। ଉଭୟଙ୍କ ନାଁରେ ମାମଲା ରୁଜୁ କରିବାକୁ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି) ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ତାଙ୍କ ବିରୋଧରେ ସିଆରପିଏଫ୍ ଦଫା ୩୫୪ (କ) ଅର୍ଥାତ୍ ନାବାଳିକାକୁ ନିର୍ଯାତନା ଦେବା, ୫୦୬ ଅର୍ଥାତ୍ ହତ୍ୟା ଧମକ, ୫୦୯ ଅର୍ଥାତ୍ ଯୌନୋଦ୍ଦିପକ ବାର୍ତ୍ତାଳପ କରିବା ଭଳି ସଙ୍ଗୀନ ମାମଲା ସହ ପୋକ୍‌ସୋ ଅର୍ଥାତ୍ ପ୍ରୋଟେକ୍ସନ୍‌ ଅଫ୍ ଚିଲ୍‌ଡ୍ରେନ୍ ଫ୍ରମ୍‌ ସେକ୍‌ସୁଆଲ୍ ଅଫେନ୍‌ସ ଆକ୍ଟର ସେକ୍ସନ୍‌ ୮ ଓ ୧୨ରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ପପୁଙ୍କ ନାଁରେ ‘ଦି ଫ୍ରେଣ୍ଡସ୍‌ ଫାଉଣ୍ଡାସନ ଟ୍ରଷ୍ଟ’ ପକ୍ଷରୁ ଭୁବନେଶ୍ୱର ମହିଳା ଥାନାରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଅଣାଯାଇଥିଲା। ପପୁଙ୍କ ସହ ଜଣେ ପ୍ରଯୋଜକଙ୍କ ପୁଅ ଗୀଟୁଙ୍କ ନାଁରେ ସଂସ୍ଥା ପକ୍ଷରୁ ଅଭିଯୋଗ ଏତଲା ଦିଆଯାଇଥିଲା। ଫିଲ୍ମରେ ଅଭିନେତ୍ରୀ କରାଇ ଦେବାକୁ କହି ପପୁ ଏବଂ ଗୀଟୁ ସମ୍ପୃକ୍ତ ନାବାଳିକାଙ୍କୁ ବଳାତ୍କାର କରିଥିବା ଗଣମାଧ୍ୟମରେ ପ୍ରଚାରିତ ହୋଇଥିବାରୁ ଉଭୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos