ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଭୋ ଭୋ ହୋଇ କାନ୍ଦିଲେ ୩ ଖଣ୍ଡ ଗ୍ରାମବାସୀ

ନବରଙ୍ଗପୁର(ନବଘନ ବିଷୋୟୀ): ଜିଲ୍ଲାପାଳଙ୍କ ଅଫିସ୍ ଆଗରେ କାନ୍ଦିଲେ ୩ଖଣ୍ଡ ଗ୍ରାମର ଶତାଧିକ ଚାଷୀ। ଏହି ଚାଷୀଙ୍କ ମଧ୍ୟରେ ଥିଲେ ଶତାଧିକ ମହିଳା। ଚାଷୀଙ୍କ ଗୋଟିଏ ଦାବି ଥିଲା। ଆମ ଫସଲ ଫେରାଇ ଦିଅ। ଆମ ଜମି ଆମକୁ ଦିଅ। ଆଜି ଢୁ ଢୁ ବର୍ଷା ସତ୍ତ୍ୱେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଏହି ଚାଷୀମାନେ ଧାରଣାରେ ବସିଥିଲେ। ସମସ୍ତଙ୍କ ଆଖିରେ ପୂରିଥିଲା ଲୁହ। ନବରଙ୍ଗପୁର ଉମରକୋଟ ବ୍ଲକ କପସାଭଟାରେ ଜଙ୍ଗଲ ଜମି ବିବାଦକୁ ନେଇ ଘଟିଥିବା ଘରପୋଡ଼ି […]

farmer

farmer

Niranjan Mishra
  • Published: Sunday, 14 August 2022
  • Updated: 15 August 2022, 01:21 PM IST

Sports

Latest News

ନବରଙ୍ଗପୁର(ନବଘନ ବିଷୋୟୀ): ଜିଲ୍ଲାପାଳଙ୍କ ଅଫିସ୍ ଆଗରେ କାନ୍ଦିଲେ ୩ଖଣ୍ଡ ଗ୍ରାମର ଶତାଧିକ ଚାଷୀ। ଏହି ଚାଷୀଙ୍କ ମଧ୍ୟରେ ଥିଲେ ଶତାଧିକ ମହିଳା। ଚାଷୀଙ୍କ ଗୋଟିଏ ଦାବି ଥିଲା। ଆମ ଫସଲ ଫେରାଇ ଦିଅ। ଆମ ଜମି ଆମକୁ ଦିଅ। ଆଜି ଢୁ ଢୁ ବର୍ଷା ସତ୍ତ୍ୱେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଏହି ଚାଷୀମାନେ ଧାରଣାରେ ବସିଥିଲେ। ସମସ୍ତଙ୍କ ଆଖିରେ ପୂରିଥିଲା ଲୁହ। ନବରଙ୍ଗପୁର ଉମରକୋଟ ବ୍ଲକ କପସାଭଟାରେ ଜଙ୍ଗଲ ଜମି ବିବାଦକୁ ନେଇ ଘଟିଥିବା ଘରପୋଡ଼ି ଓ ଫସଲ ନଷ୍ଟ ପରେ କ୍ଷତିଗ୍ରସ୍ତ ୩ଟି ଗାଁ ଯଥା କପସାଭଟା, ଶାରିଆଭଟା ଓ ଲକଟିପୋଖନାର ଶତାଧିକ ଚାଷୀ ଏହି ଧାରଣାରେ ବସିଥିଲେ। ସେମାନେ କ୍ଷତିପୂରଣ ପ୍ରଦାନ ସହ  ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ।

ସୂଚନା ଥାଉକି, ଗତକାଲି ଜଙ୍ଗଲ ଜମି ଅଧିକାର ବିବାଦକୁ ନେଇ ଉମରକୋଟ ବ୍ଲକ କପସାଭଟାରେ ଉତ୍ତେଜନା ଦେଖା ଦେଇଥିଲା। ଅପରଗୋଷ୍ଠୀରେ ଥିବା ୮ଟି ଗାଁର ଲୋକେ ସେମାନଙ୍କ ଗୋଟିଏ ଘର ପୋଡ଼ି ଦେବା ସହ ୩୦ ଏକର ମକାଚାଷ ନଷ୍ଟ କରିଦେଇଥିଲେ।

ଯାହାକୁ ନେଇ ଗତକାଲି ସନ୍ଧ୍ୟାରେ ପୀଡିତ କପସାଭଟାର ଗ୍ରାମବାସୀ ଭୟରେ ଗାଁ ଛାଡି ନବରଙ୍ଗପୁର ଚାଲି ଆସିଥିବା ବେଳେ ଆଜି ଅନ୍ୟ ଦୁଇ ଗ୍ରାମର ଗ୍ରାମବାସୀ (ସାରିଆଭଟା ଓ ଲଖଟିପଖନା ) ନବରଙ୍ଗପୁର ଆସିଛନ୍ତି। ସେମାନଙ୍କୁ ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ ସମର୍ଥନ କରିଛି। ଆଜି ଅପରାହ୍ନରେ ସ୍ଥାନୀୟ ଭତରା ଭବନରୁ କିଷାନ ମଜଦୁର ସଂଘର ନେତା, କର୍ମୀଙ୍କ ସହ କ୍ଷତିଗ୍ରସ୍ତ ଲୋକେ ଏକ ରାଲିରେ ବାହାରି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ। ପୁଲିସ ସେମାନଙ୍କୁ ଜିଲ୍ଲାପାଳଙ୍କ ଅଫିସ୍ ଭିତରକୁ ପଶା ନ ଦେଇ ନ ଥିଲା। ତେଣୁ ସମସ୍ତ କ୍ଷତିଗ୍ରସ୍ତ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଦୁଃଖର କଥା ବାହୁନି ବାହୁନି କାନ୍ଧିଥିଲେ।

ପରେ ସେମାନଙ୍କ ନିକଟରେ ଅତିରିକ୍ତ ଜିଲ୍ଲାପାଳ ଓ ନବରଙ୍ଗପୁର ASP ପହଞ୍ଚି ବୁଝାସୁଝା କରିଥିଲେ। ହେଲେ ଲୋକଙ୍କ ଦାବି ଉପରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଚାଷୀମାନେ ଧାରଣାରେ ଅଡ଼ି ବସିଥିଲେ। ସେମାନେ ମୁଖ୍ୟତଃ ୩ଟି ଦାବି ରଖିଛନ୍ତି । ସେଗୁଡ଼ିକ ହେଲା, ଦୋଷୀମାନଙ୍କୁ ତୁରନ୍ତ ଗିରଫ କରାଯାଉ, କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଯାଉ ଓ ବିବାଦର ସ୍ଥାୟୀ ସମାଧାନ କରାଯାଉ। ଯଦି ଏସବୁ ଦାବିଗୁଡିକ ପ୍ରଶାସନ ପକ୍ଷରୁ ପୂରଣ କରା ନ ଯାଏ, ତେବେ ସେମାନେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିବେ।

ସୂଚନା ଥାଉକି,  ଗତକାଲି ନବରଙ୍ଗପୁର  ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଂଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମବାସୀଙ୍କ ଜଙ୍ଗଲ ଜମି ଅଧିକାରକୁ ନେଇ ବିବାଦ ଦେଖାଦେଇଥିଲା। ଏହି ୩ ଗ୍ରାମବାସୀଙ୍କ ଜଙ୍ଗଲ ଜମି ଅକ୍ତିଆରକୁ ବିରୋଧ କରି କପସାଭଟା ଗ୍ରାମରେ ଗୋଟିଏ ଘର ପୋଡିବା ସହ ୩୦ଏକରରୁ ଅଧିକ ମକା ଚାଷ ନଷ୍ଟ କରିଦେଇଥିଲେ ପଡ଼ୋଶୀ ସିରିଲିଗୁଡ଼ା, କୁସୁମଗୁଡ଼ା, କସରାଭଟା ଭଳି ଆଠ ଖଣ୍ଡ ଗ୍ରାମର ଲୋକେ। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଉପସ୍ଥିତି ସତ୍ତ୍ୱେ ଫସଲ ନଷ୍ଟ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା।

ଅଧିକ କିଛି କ୍ଷୟକ୍ଷତି ଘଟିବା ଭୟରେ ଗତକାଲି ରାତିରେ କପସାଭଟା ଗାଁ ଛାଡ଼ି ୫୦ରୁ ଅଧିକ ମହିଳା ଓ ପୁରୁଷ ବାସିନ୍ଦା ନବରଙ୍ଗପୁର ଚାଲି ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story