ଜମ୍ମୁ: ଜାମ୍ମୁକାଶ୍ମୀରର ଉଦ୍ଧମପୁର ଜିଲ୍ଲାର ତନ୍ଦର ଜଙ୍ଗଲରେ ବ୍ୟାପୁଛି ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କାର ପ୍ରାକୃତିକ ସଂପତ୍ତି ନଷ୍ଟ ହେବା ସହ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅଛନ୍ତି। ୩ରୁ ୪ ଦିନ ଧରି ଲାଗିଥିବା ଏଇ ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗ ଓ ସ୍ଥାନୀୟ ଅଞ୍ଚଳବାସୀ ଦିନ ରାତି ମିଶି ପ୍ରୟାସ ଚଲାଇଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ନିଆଁ ବ୍ୟାପୁଥିବା ଲୋକେ କହିଛନ୍ତି । ଏହା ସହ ଜଙ୍ଗଲରେ କିଛି ସ୍ଥାନୀୟ ଲୋକମାନେ ନିଆଁ ଲଗେଇଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ରେଞ୍ଜ ଅଫିସର ଆୟୁଷ ଗୁପ୍ତା ନିଆଁ ଲିଭାବାକୁ ଓ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ସେଇଭଳି ଜାମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାର ଅଗ୍ରତି ସାୱନୀ ଅଂଚଳରେ ମଧ୍ୟ ଜଳୁଛି ଜଙ୍ଗଲ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜଙ୍ଗଲରେ ନିଆଁ ବ୍ୟାପୁଥିବାବେଳେ ଏନେଇ ବହୁ ମୂଲ୍ୟବାନ ଗଛ ଜଳିପୋଡି ନଷ୍ଟ ହେଉଛି ।
ଏହାସହ ଜୀବଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥିବା ସ୍ଥାନୀୟଲୋକେ କହିଛନ୍ତି । ଜଙ୍ଗଲ ନିଆଁ ଲିଭାଇବା ପାଇଁ ବନବିଭାଗ ଓ ସ୍ଥାନୀୟ ଲୋକମାନେ ଚେଷ୍ଟା ଜାରି ରଖିଛନ୍ତି । ତେବେ ଜଙ୍ଗଲକୁ ଲାଗି ଗାଁଗଣ୍ଡା ଥିବାରୁ ନିଆଁ ବ୍ୟାପିବାର ଆଶଙ୍କା କରୁଛନ୍ତି ଅଞ୍ଚଳବାସୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।