ଅର୍ଜୁନ ପୁରସ୍କାର ପାଇଁ କେବଳ ଦୂତୀ କାହିଁକି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ଅଗ୍ରଣୀ ମହିଳା ଧାବିକା ଦୂତୀ ଚାନ୍ଦଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଦୂତୀଙ୍କ ନାଁ ଚତୁର୍ଥ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ମନୋନୀତ କରାଯାଇଛି। ଦୂତୀଙ୍କ ନାଁ ୨ୟ ଥର ପାଇଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। ଗତବର୍ଷ ମଧ୍ୟ ରାଜ୍ୟ ସରକାର ଅର୍ଜୁନ ପୁରସ୍କାର ପାଇଁ ଦୂତୀଙ୍କ ନାଁ ସୁପାରିସ୍ କରିଥିଲେ। କିନ୍ତୁ ଆବେଦନ ପତ୍ର ବିଳମ୍ବରେ ପହଞ୍ଚିବାରୁ କେନ୍ଦ୍ର […]

dutee

dutee

Ranjit Kumar Jena
  • Published: Monday, 01 June 2020
  • Updated: 01 June 2020, 07:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ଅଗ୍ରଣୀ ମହିଳା ଧାବିକା ଦୂତୀ ଚାନ୍ଦଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଦୂତୀଙ୍କ ନାଁ ଚତୁର୍ଥ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ମନୋନୀତ କରାଯାଇଛି। ଦୂତୀଙ୍କ ନାଁ ୨ୟ ଥର ପାଇଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। ଗତବର୍ଷ ମଧ୍ୟ ରାଜ୍ୟ ସରକାର ଅର୍ଜୁନ ପୁରସ୍କାର ପାଇଁ ଦୂତୀଙ୍କ ନାଁ ସୁପାରିସ୍ କରିଥିଲେ। କିନ୍ତୁ ଆବେଦନ ପତ୍ର ବିଳମ୍ବରେ ପହଞ୍ଚିବାରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଏହାକୁ ଅଗ୍ରାହ୍ୟ କରିଥିଲେ।

ଚଳିତ ବର୍ଷ ଦୂତୀଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ ହେବା ନେଇ ହକିପ୍ରେମୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। କେବଳ ଦୂତୀ କାହିଁକି? ରାଜ୍ୟରେ ଅନେକ ହକି ଖେଳାଳି ଅଛନ୍ତି ଯାହାଙ୍କ ପାଖରେ ଦୂତୀଙ୍କଠାରୁ ଅଧିକ ଦକ୍ଷତା ଓ ଅଭିଜ୍ଞତା ରହିଛି। ହକି ପାଇଁ ଓଡ଼ିଶା ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଅର୍ଜୁନ ପୁରସ୍କାର ମନୋନୟନ କ୍ଷେତ୍ରରେ ଏହି ଖେଳକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି।

କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍, ହକି ୱାର୍ଲ୍ଡ ଲିଗ୍, ଅଲିମ୍ପିକ୍ସ କ୍ୱାଲିଫାୟର୍ ମ୍ୟାଚ୍ ଏବଂ ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଓଡ଼ିଶା ବିଶ୍ୱ ଦରବାରରେ ତା'ର ନାଁକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖିଛି। କିନ୍ତୁ ସେହି ହକିରେ ଜାତୀୟ ଦଳର ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ତାରକାଙ୍କ ନାଁକୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରିବାକୁ ଭୁଲିଯାଇଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବୀରେନ୍ଦ୍ର ଲାକ୍ରା, ଦୀପ୍ ଗ୍ରେସ୍ ଏକ୍କା, ଲିଲିମା ମିଞ୍ଜ ଓ ନମିତା ଟପ୍ପୋଙ୍କ ପାଖରେ ପର୍ଯ୍ୟାପ୍ତ ଅଭିଜ୍ଞତା ରହିଛି।

ଭାରତୀୟ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରା ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ମ୍ୟାଚ୍ ଭାରତ ପକ୍ଷରୁ ଖେଳିସାରିଛନ୍ତି। ବୀରେନ୍ଦ୍ରଙ୍କ ପ୍ରତିନିଧିତ୍ୱରେ ଭାରତ ଏସିଆନ୍ ଗେମ୍ସରେ ଥରେ ସ୍ୱର୍ଣ୍ଣ (୨୦୧୪) ଓ ଥରେ ବ୍ରୋଞ୍ଜ (୨୦୧୮) ପଦକ ଜିତିଛି। ବୀରେନ୍ଦ୍ର ମଧ୍ୟ ୨୦୧୩ରେ ଏସିଆ କପ୍ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସେହିପରି ଏସିଆନ୍ସ ଚାମ୍ପିୟନ୍ସ ଟ୍ରଫି (୨୦୧୬ରେ ସ୍ୱର୍ଣ୍ଣ ଓ ୨୦୧୨ରେ ରୌପ୍ୟ), ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଏହାବାଦ୍ ବୀରେନ୍ଦ୍ର ହକି ୱାର୍ଲ୍ଡ କପ୍ ଓ ହକି ୱାର୍ଲ୍ଡ ଲିଗରେ ମଧ୍ୟ ଭାରତୀୟ ଦଳର ସଦସ୍ୟ ରହିସାରିଛନ୍ତି। ବୀରେନ୍ଦ୍ର ମଧ୍ୟ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଖେଳିଥିଲେ।

ସେହିପରି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ମହିଳା ଡିଫେଣ୍ଡର୍ କୁହାଯାଉଥିବା ଦୀପ ଗ୍ରେସ୍ ଏକ୍କା ୨୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସେ ମଧ୍ୟ ଦୁଇଟି ଏସିଆନ୍ ଗେମ୍ସ (୨୦୧୮ ଓ ୨୦୧୪) ଖେଳିଛନ୍ତି। ଦୀପ ଗ୍ରେସଙ୍କ ପାଇଁ ସବୁଠାରୁ ବଡ଼ ସଫଳତା ଥିଲା ୨୦୧୬ ରିଓ ଅଲିମ୍ପିକ୍ସ। କାରଣ ଭାରତୀୟ ମହିଳା ହକି ଦଳ ୩୬ ବର୍ଷ ପରେ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିଲା। ଦୀପ୍ ପଦାର୍ପଣ ପରଠାରୁ ନିୟମିତ ଭାବେ ଜାତୀୟ ଦଳର ସଦସ୍ୟ ରହିଆସିଛନ୍ତି।

ଦୀପଙ୍କ ଭଳି ସୁନୀତା ଲାକ୍ରା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ ମଧ୍ୟ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଏହାଛଡ଼ା ଏହି ତିନି ଖେଳାଳି ଜାତୀୟ ଦଳରେ ନିୟମିତ ସ୍ଥାନ ପାଇଆସୁଛନ୍ତି। ବାରମ୍ବାର ଆହତ କାରଣରୁ ସୁନୀତା ଚଳିତ ବର୍ଷ ହକିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି।

ସୁନୀତାଙ୍କ ପାଖରେ ୧୧ ବର୍ଷର ଅନ୍ତର୍ଜାତୀୟ ଅଭିଜ୍ଞତା ରହିଥିବା ବେଳେ ଲିଲିମା ଓ ନମିତା ମଧ୍ୟ ୮ବର୍ଷରୁ ଅଧିକ ସମୟ ଧରି ଭାରତ ପକ୍ଷରୁ ଖେଳିଆସୁଛନ୍ତି। ସେହିପରି ସୁଭଦ୍ରା ପ୍ରଧାନ, ୱିଲିୟମ୍ ଖାଲକୋ, ପ୍ରବୋଧ ତିର୍କୀ ଓ ବିନିତା ଟପ୍ପୋଙ୍କ ଭଳି ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ଅର୍ଜନ କରି ରାଜ୍ୟକୁ ଗୌରବାନ୍ୱିତ କରିବା ସତ୍ତ୍ୱେ ସେମାନେ ଅର୍ଜୁନ୍ ପୁରସ୍କାରରୁ ବଞ୍ଚିତ ରହିଛନ୍ତି।

ତେଣୁ ପ୍ରଶ୍ନ ଉଠୁଛି, ଅର୍ଜୁନ ପୁରସ୍କାର ପାଇଁ ଏମାନଙ୍କଠାରୁ ଦୂତୀ କ’ଣ ଅଧିକ ଯୋଗ୍ୟ। ଦୂତୀ ଅନ୍ତର୍ଜାତୀୟ ସ୍ତରରେ କିଛି ସଫଳତା ହାସଲ କରିଛନ୍ତି ସତ, କିନ୍ତୁ ତାଙ୍କ ନାଁରେ କିଛି ବିବାଦ ମଧ୍ୟ ଯୋଡ଼ି ହୋଇଛି। ୨୦୧୪ରେ ଦୂତୀଙ୍କ ଶରୀରରେ ହାଇପରଆଣ୍ଡ୍ରୋଜେନିଜିମ୍ (ମାତ୍ରାଧିକ ପୁରୁଷ ହରମୋନ୍) ଥିବା ଜଣା ପଡ଼ିଥିଲା। ଯାହା ପରେ ଆଇଏଏଏଫ୍ ଦୂତୀଙ୍କୁ ସସପେଣ୍ଡ କରିଥିଲା। କିନ୍ତୁ ନିୟମରେ ପରିବର୍ତ୍ତନ ହେବା ପରେ ଦୂତୀଙ୍କ ଉପରୁ ସସପେଣ୍ଡ ପ୍ରତ୍ୟାହୃତ ହୋଇଥିଲା ଏବଂ ସେ ପୁନର୍ବାର ଟ୍ରାକକୁ ଓହ୍ଲାଇଥିଲେ। ଦୂତୀ ୨୦୧୮ ଏସିଆନ୍ସ ଗେମ୍ସରେ ଦୁଇଥର ରୌପ୍ୟ ପଦକ ଜିତିଥିବା ବେଳେ ଏସିଆନ୍ସ ଚାମ୍ପିୟନଶିପରେ ୪ଟି ବ୍ରୋଞ୍ଜ, ୨୦୧୬ ସାଉଥ୍ ଏସିଆନ୍ ଗେମ୍ସରେ ଦୁଇଟି ପଦକ (୧୦୦ ମିଟରରେ ରୌପ୍ୟ ଓ ୨୦୦ ମିଟରରେ ବ୍ରୋଞ୍ଜ) ଜିତିଥିଲେ। ଦୂତୀ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ ହେଁ, ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ।

[caption id="attachment_535368" align="aligncenter" width="650"] susant behera[/caption]

ଦୂତୀଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ ହୋଇଥିବାରୁ ଏହାକୁ ନେଇ କ୍ରୀଡ଼ା ମହଲରେ ଖୁବ୍ ଚର୍ଚ୍ଚା ହୋଇଛି। କ୍ରୀଡ଼ା ସମୀକ୍ଷକ ସୁଶାନ୍ତ ବେହେରାଙ୍କ ମତରେ, ଅର୍ଜୁନ ପୁରସ୍କାର ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ବିଗତ ଦୁଇ ବର୍ଷ ହେଲା ନିର୍ଦ୍ଦିଷ୍ଟ ଜଣେ ଖେଳାଳିଙ୍କର ନାମ ସୁପାରିଶ କରୁଛନ୍ତି। କିନ୍ତୁ ରାଜ୍ୟରେ ଅନ୍ୟ ଖେଳ ଯଥା ହକିରେ ୫ ଜଣ (ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ, ନମିତା ଟପ୍ପୋ ଓ ସୁନିତା ଲାକ୍ରା) ଦକ୍ଷତାପୂର୍ଣ୍ଣ ଖେଳାଳି ଅଛନ୍ତି, ଯେଉଁମାନେ ପ୍ରାୟ ୧୦ ବର୍ଷ ହେଲା ଉଚ୍ଚକୋଟୀର ପ୍ରଦର୍ଶନ କରି ଆସୁଛନ୍ତି। ରାଜ୍ୟ କ୍ରୀଡ଼ା ବିଭାଗ ଏମାନଙ୍କ ନାମ ସୁପାରିସ କରିଥିଲେ ନିଶ୍ଚିତ ଭଲ ହୋଇଥାନ୍ତା। ଦୂତୀଙ୍କ ନାମ ସୁପାରିସ ଦ୍ୱାରା ସେମାନେ ହତୋତ୍ସାହିତ ହୋଇ ପଡ଼ିଛନ୍ତି। ଏଭଳି ପାତର ଅନ୍ତର କ୍ରୀଡ଼ାବିତମାନଙ୍କ ପାଇଁ ଶୁଭ ସଂକେତ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story