ଆସନ୍ତାକାଲି ଆଇପିଏଲ୍ ଫାଇନାଲ୍

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ଫାଇନାଲ୍ ମ୍ୟାଚ୍ ଆସନ୍ତାକାଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ବାଙ୍ଗାଲୋରରେ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ।

ଗତକାଲି ହାଇଦ୍ରାବାଦ ସୁରେଶ ରୈନାଙ୍କ ଗୁଜରାଟକୁ ହରାଇ ଦ୍ୱିତୀୟ ଟିମ୍ ଭାବେ ଫାଇନାଲ୍‌ରେ ପ୍ରବେଶ କରିଥିଲା। ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୧୬୨ ରନ୍ କରିଥିଲା। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୯.୨ ଓଭରରେ ୬ ୱିକେଟ୍ ହରାଇ ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଡେଭିଡ୍ ୱାର୍ନର ୫୮ ବଲ୍‌ ଖେଳି ଅପରାଜିତ ୯୩ ରନ୍ କରିଥିଲେ।

ଏହା ପୂର୍ବରୁ ପ୍ରଥମ ଦଳ ଭାବେ ବାଙ୍ଗାଲୋର ଫାଇନାଲ୍‌ରେ ପହଞ୍ଚିଥିଲା।