ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ବାଧା ପ୍ରସଙ୍ଗ:ବସିଛି ସିଏଚ୍‌ଏସଇ ପରୀକ୍ଷା ପରିଚାଳନା ବୋର୍ଡ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଗତକାଲିଠାରୁ ଆରମ୍ଭ ହୋଇଥିବା ବେଳେ ଉଭୟ ୬୬୨ ଓ ୪୮୮ ବର୍ଗ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ଏହା ପ୍ରଭାବିତ ହୋଇଛି। ଭୁବନେଶ୍ୱର ସମେତ ପ୍ରାୟ ସବୁ ଜୋନ୍‌ରେ ଖାତା ଦେଖା ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କର୍ତ୍ତୃପକ୍ଷ ଆଜି ପରୀକ୍ଷା ପରିଚାଳନା ବୋର୍ଡର ଏକ ବୈଠକ ଡାକାଇଛି। ବୈଠକରେ ଖାତା ଦେଖା ନେଇ ବିକଳ୍ପ ବ୍ୟବସ୍ଥା ସଂପର୍କରେ ଆଲୋଚନା ଚାଲିଛି। […]

plus-two-evaluation

plus-two-evaluation

Rakesh Mallick
  • Published: Tuesday, 05 April 2016
  • Updated: 05 April 2016, 10:12 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଗତକାଲିଠାରୁ ଆରମ୍ଭ ହୋଇଥିବା ବେଳେ ଉଭୟ ୬୬୨ ଓ ୪୮୮ ବର୍ଗ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ଏହା ପ୍ରଭାବିତ ହୋଇଛି। ଭୁବନେଶ୍ୱର ସମେତ ପ୍ରାୟ ସବୁ ଜୋନ୍‌ରେ ଖାତା ଦେଖା ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କର୍ତ୍ତୃପକ୍ଷ ଆଜି ପରୀକ୍ଷା ପରିଚାଳନା ବୋର୍ଡର ଏକ ବୈଠକ ଡାକାଇଛି। ବୈଠକରେ ଖାତା ଦେଖା ନେଇ ବିକଳ୍ପ ବ୍ୟବସ୍ଥା ସଂପର୍କରେ ଆଲୋଚନା ଚାଲିଛି।

ଖବର ଲେଖାଯିବା ସୁଦ୍ଧା ବୈଠକ ଚାଲିଛି।

ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଦାବିରେ ୬୬୨ ଓ ୪୮୮ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଆନ୍ଦୋଳନ କରୁଛନ୍ତି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହିତ ସେମାନଙ୍କର ଆଲୋଚନା ହୋଇଥିଲେ ହେଁ ତାହା ବିଫଳ ହୋଇଥିଲା। ଖାତା ନ ଦେଖିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରେ ଚେତାବନୀ ଦିଆଯାଇଥିଲେ ସୁଦ୍ଧା ଅଧ୍ୟାପକମାନେ ଏହାକୁ ଖାତିର କରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos