କମେଡି  ଫିଲ୍ମ “ହେରା ଫେରି 3”ରେ ଅଭିନୟ କରୁନାହାନ୍ତି ଅଭିଷେକ

ମୁମ୍ବାଇ:  ଫିଲ୍ମ ଅଭିନେତା ଅଭିଷେକ ବଚ୍ଚନ କମେଡି  ଫିଲ୍ମ “ହେରା ଫେରି 3” ବିଷୟରେ  କହିଛନ୍ତି, “ମୁଁ  ଫିଲ୍ମ “ହେରା ଫେରି 3” ବିଷୟରେ କିଛି ଜାଣି ନାହିଁ। ମୁଁ ଏହି ଫିଲ୍ମରେ ଅଂଶଗ୍ରହଣ  କରୁନାହିଁ।”

ନିରଜ ବୋରା ନିର୍ଦ୍ଦେର୍ଶିତ ଫିଲ୍ମ “ହେରା ଫେରି 3” ଏକ ବର୍ଷ ପୂର୍ବରୁ ହେବା  ପାଇଁ  ଘୋଷଣା କରାଯାଇଥିଲା। ଗତବର୍ଷ ଫିଲ୍ମଟିର ସୁଟିଂଙ୍ଗ  ଚାଲିଥିଲା। କିଛି କାରଣରୁ ଫିଲ୍ମଟିର ସୁଟିଂ  ମଝିରୁ ବନ୍ଦ ହୋଇଯାଇଥିଲା।

୨୦୦୬ରେ କମେଡି ଫିଲ୍ମ “ଫିର  ହେରା ଫେରି”   ହିଟ୍ ହୋଇଥିଲା। ଏହି ଫିଲ୍ମରେ ଅଭିଷେକ ବଚ୍ଚନ, ଜନ୍ ଅବ୍ରାହମ୍, ସୁନୀଲ ସେଟ୍ଟୀ ଓ ପରେଶ ରାଓଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା।