‘କୌନ୍ କିତନେ ପାନି ମେଁ’ ଟ୍ରେଲରରେ ଓଡ଼ିଶାର ପୃଷ୍ଠଭୂମି

ମୁମ୍ବାଇ: ରିଲିଜ୍ ହୋଇଛି ଓଡ଼ିଆ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ହିନ୍ଦି ଫିଲ୍ମ ’କୌନ୍ କିତନେ ପାନି ମେଁ’ର ଟ୍ରେଲର। ଓଡ଼ିଶା ପୃଷ୍ଠଭୂମିରେ ନିର୍ମିତ ଏଇ ଫିଲ୍ମରେ ଅଛନ୍ତି ବଲିଉଡର ଜଣାଶୁଣା କଳାକାର। ଏଥିରେ ରଙ୍ଗବତୀର ହିନ୍ଦି ଭର୍ସନ ବି ଶୁଣିବାକୁ ମିଳିବ। ଆଜି ମୁମ୍ୱାଇରେ ଟ୍ରେଲର ରିଲିଜ୍ ବେଳେ ପୁରା ଟିମ୍ ଥିଲା ସମ୍ୱଲପୁରୀ ଗେଟ୍ଅପରେ। 

ଟ୍ରେଲରରେ ରେ ପାଣିକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ ଓ  ପାଣି ପାଇବା ଲାଗି ଗାଁ ମୁଖିଆ କି କି ଉପାୟ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ମିଳିବ ଓଡ଼ିଆ ଡାଇକେଟର୍ ନୀଳମାଧବ ପଣ୍ଡାଙ୍କ ଅପ୍ କମିଂ ଫିଲ୍ମ ’କୌନ୍ କିତନେ ପାନି ମେଁ’ ରେ। ଭାରତର ଗାଁରେ ମାନଙ୍କରେ ଜଳ ସଙ୍କଟ କିଭଳି ରହିଛି ତାହା ଫିଲ୍ମରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ନୀଳମାଧବ। ସମ୍ୱଲପୁରୀ ଗୀତ ରଙ୍ଗବତୀର ହିନ୍ଦି ଭର୍ସନ ବି ରହିଛି ଏଇ ମୁଭିରେ। ଓଡିଶା ପୃଷ୍ଠଭୂମିରେ ନିର୍ମିତ ଏହି ଫିଲ୍ମର ଟ୍ରେଲର୍ ଆଜି ମୁମ୍ୱାଇରେ ରିଲିଜ୍ ହୋଇଛି। ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି କୁନାଲ କପୁର୍ ଓ ରାଧିକା ଆପତେ। ଗୁଲଶନ୍ ଗ୍ରୋଭର ଓ ସୌରଭ ଶୁକ୍ଲାଙ୍କ ଭଳି ଭେଟେରାନ୍ କଳାକାର ଅଭିନୟ କରିଛନ୍ତି।

ସୂଚନାଯୋଗ୍ୟ,ସୋନପୁରରେ ଜନ୍ମିତ ନୀଳମାଧବ ପଣ୍ଡାଙ୍କ ଫିଲ୍ମ ’ଆଇ ଏମ୍ କାଲାମ୍’ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ପ୍ରସିଦ୍ଧି ଲାଭ କରିଥିଲା। ଏହି ଚଳଚ୍ଚିତ୍ରକୁ ନେଇ ସେ ବେଶ ଆଶାବାଦୀ ଥିବା ଟ୍ରେଲର ରିଲିଜ୍ ବେଳେ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍

ପିତାଙ୍କ ଶେଷକୃତ୍ୟର ପ୍ରସ୍ତୁତି କରୁଛନ୍ତି ଜାଭେଦ୍

କଙ୍ଗନାଙ୍କ ପ୍ରଶ୍ନ: ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ମହେଶ କାହିଁକି ଏତେ ଆଗ୍ରହୀ

‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ

‘ରାନୁ ମଣ୍ଡଳଙ୍କୁ ଏବେ ପୃଥିବୀସାରା ଲୋକ ସୋଦୁଛନ୍ତି, ମୋ ନାଁରେ ଏତଲା ହୋଇଥିଲା କାହିଁକି ?’

ଅପ୍‌ସରାଙ୍କୁ ପ୍ରଶଂସା ଆଳରେ ‘ଓଡ଼ିଶା’କୁ ନୀଚ ଦେଖାଇଲେ ରାମୁ, ମିଳିଲା କଡ଼ା ଜବାବ

‘ବଲିଉଡରେ ପକ୍ଷପାତ ହୋଇଥାଏ, ନେପୋଟିଜମ ନାହିଁ ‘

ବାହା ହେଲେ ସମୀକ୍ଷା, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ବାପାମା’

ଗୋଟିଏ ଭିଡିଓ ବଦଳାଇ ଦେଇଥିଲା

‘ସାର୍‌, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି’

ଅପ୍‌ସରାଙ୍କ ଉପରେ ଫିଦା ରାମ ଗୋପାଳ ବର୍ମା