ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର୍ ରେହମାନ୍‌ଙ୍କୁ ୧୪ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମ୍‌ବ୍ରାଞ୍ଚ

କଟକ: ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର୍ ରେହମାନ୍‌ଙ୍କୁ କ୍ରାଇମବ୍ରାଞ୍ଚ ଆଜି ୧୪ ଦିନିଆ ରିମାଣ୍ଡରେ ଓଡ଼ିଶାକୁ ଆଣିଛି।  କଡ଼ା ସୁରକ୍ଷା ମଧ୍ୟରେ ରେହମାନଙ୍କୁ ଦିଲ୍ଲୀର ତିହାର ଜେଲ୍‌ରୁ ଓଡ଼ିଶା ଅଣାଯିବା ପରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଛି। ଓଡ଼ିଶାରେ ଅଲ୍‌କାଏଦା ଲିଙ୍କ୍‌ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ରେହମାନ୍‌ଙ୍କୁ ଜେରା କରିବ। ଓଡ଼ିଶାରେ ଅନ୍ୟ କାହା ସହିତ ତାର ଲିଙ୍କ୍ ଅଛି ଓ ମଦ୍ରାସା ଚଳାଇବା ଲାଗି ସେ କେଉଁଠୁ ଅର୍ଥ ପାଉଥିଲା ଏ ସମସ୍ତ ବିଷୟରେ […]

reheman

reheman

Rakesh Mallick
  • Published: Tuesday, 21 June 2016
  • Updated: 21 June 2016, 01:04 PM IST

Sports

Latest News

rehemanକଟକ: ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର୍ ରେହମାନ୍‌ଙ୍କୁ କ୍ରାଇମବ୍ରାଞ୍ଚ ଆଜି ୧୪ ଦିନିଆ ରିମାଣ୍ଡରେ ଓଡ଼ିଶାକୁ ଆଣିଛି।  କଡ଼ା ସୁରକ୍ଷା ମଧ୍ୟରେ ରେହମାନଙ୍କୁ ଦିଲ୍ଲୀର ତିହାର ଜେଲ୍‌ରୁ ଓଡ଼ିଶା ଅଣାଯିବା ପରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଛି। ଓଡ଼ିଶାରେ ଅଲ୍‌କାଏଦା ଲିଙ୍କ୍‌ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ରେହମାନ୍‌ଙ୍କୁ ଜେରା କରିବ। ଓଡ଼ିଶାରେ ଅନ୍ୟ କାହା ସହିତ ତାର ଲିଙ୍କ୍ ଅଛି ଓ ମଦ୍ରାସା ଚଳାଇବା ଲାଗି ସେ କେଉଁଠୁ ଅର୍ଥ ପାଉଥିଲା ଏ ସମସ୍ତ ବିଷୟରେ ତାକୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।

ଗତବର୍ଷ ଡିସେମ୍ୱର ୧୬ ତାରିଖରେ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌ ସହଯୋଗରେ ରେହମାନ୍‌କୁ ତା’ ଗାଁ କଟକ ଜିଲ୍ଲା ଜଗତପୁର ଅଞ୍ଚଳର ପଶ୍ଚିମକଚ୍ଛରୁ ଗିରଫ କରାଯାଇଥିଲା। ଝାଡ଼ଖଣ୍ଡ ପୋଲିସ୍ ରେହମାନ୍‌ଙ୍କୁ ୨୫ ଦିନ ରିମାଣ୍ଡରେ ନେଇ ଜେରା କରିଥିଲା।  ତେବେ କ୍ରାଇମବ୍ରାଞ୍ଚ ରେହମାନ୍‌କୁ ରିମାଣ୍ଡରେ ଆଣିବାକୁ ତିନିଥର ଆବେଦନ କରିଥିଲେ ମଧ୍ୟ ଦିଲ୍ଲୀ ତିସ୍‌ହଜାରୀ କୋର୍ଟ ଏହା ଗ୍ରହଣ କରିନଥିଲେ। ଶେଷରେ ରେହମାନ୍‌ଙ୍କୁ ଜେରା ଲାଗି କ୍ରାଇମବ୍ରାଞ୍ଚକୁ କୋର୍ଟ ଅନୁମତି ଦେଇଛନ୍ତି।

ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ  ପିଲାଙ୍କୁ ଆଣି ରେହମାନ୍ ଟାଙ୍ଗିରେ ମାଦ୍ରାସା ଚଳାଉଥିଲା। ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ସହ ର ସଂପୃକ୍ତି ନେଇ ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ୍ ଚଢାଉ କରି ତାକୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos