ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇର ଖାତା ଦେଖା। ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ବିଷୟର ଇ-ମୂଲ୍ୟାୟନ ହେବାକୁ ଥିବା ବେଳେ କଳାର ଖାତାଗୁଡ଼ିକର ମାନୁଆଲ୍ ମୂଲ୍ୟାୟନ ହେବ। ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ସତ୍ତ୍ୱେ ବ୍ଲକ୍‌ ଗ୍ରାଣ୍ଟ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଦାବିରେ ଆନ୍ଦୋଳନରତ ବେସରକାରୀ କଲେଜଗୁଡ଼ିକର ଅଧ୍ୟାପକମାନେ ଖାତା ଦେଖିବେ ନାହିଁ ବୋଲି ଗତକାଲି ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି। ସରକାରଙ୍କ କୌଣସି ଧମକକୁ ସେମାନେ ଡରିବେ ନାହିଁ ବୋଲି […]

council

council

Rakesh Mallick
  • Published: Monday, 04 April 2016
  • Updated: 04 April 2016, 08:52 AM IST

Sports

Latest News

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇର ଖାତା ଦେଖା। ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ବିଷୟର ଇ-ମୂଲ୍ୟାୟନ ହେବାକୁ ଥିବା ବେଳେ କଳାର ଖାତାଗୁଡ଼ିକର ମାନୁଆଲ୍ ମୂଲ୍ୟାୟନ ହେବ। ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ସତ୍ତ୍ୱେ ବ୍ଲକ୍‌ ଗ୍ରାଣ୍ଟ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଦାବିରେ ଆନ୍ଦୋଳନରତ ବେସରକାରୀ କଲେଜଗୁଡ଼ିକର ଅଧ୍ୟାପକମାନେ ଖାତା ଦେଖିବେ ନାହିଁ ବୋଲି ଗତକାଲି ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି। ସରକାରଙ୍କ କୌଣସି ଧମକକୁ ସେମାନେ ଡରିବେ ନାହିଁ ବୋଲି କହିଛନ୍ତି।  ଏପରିସ୍ଥଳେ ସରକାର ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଖାତା ଦେଖାରେ ନିୟୋଜିତ କରିବାକୁ ଯୋଜନା କରିଛନ୍ତି। ତା’ସହିତ ଆଇନ ଅନୁଯାୟୀ ଅଧ୍ୟାପକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରିଛନ୍ତି।

ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି,“ଆନ୍ଦୋଳନାତ୍ମକ ପଦକ୍ଷେପ ନେଇ ଓ ପରୀକ୍ଷା ଖାତା ଦେଖାକୁ ବର୍ଜନ କରି ସରକାରଙ୍କୁ ଡରେଇବାକୁ ସଂଘ ଚେଷ୍ଟା କରୁଛି। ଏହା ଉଚିତ ନୁହେଁ। ପରୀକ୍ଷା ଖାତା ଦେଖାରେ ଅଧ୍ୟାପକମାନେ ସହଯୋଗ କରନ୍ତୁ। ଯଦି ଏଥିରେ ବାଧାବିଘ୍ନ ଉପୁଜେ, ତା’ହେଲେ ସରକାର ଏହାର ବିକଳ୍ପ ବ୍ୟବସ୍ଥା କରିବା ସହିତ ଯାହା ପଦକ୍ଷେପ ନିଆଯିବା କଥା ତାହା ନେବେ।”

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି,“ସରକାରଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ଏପ୍ରିଲ ୪ ତାରିଖରୁ ରାଜ୍ୟର ୪୯ଟି ମୂଲ୍ୟାୟନ ଜୋନ୍‌ରେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖାଯିବ। ଏଥିପାଇଁ ୧୫୦୦୦ ଅଧ୍ୟାପକଙ୍କୁ ନିଯୁକ୍ତି କରାଯାଇଛି।  ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ ୪ରୁ  ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ ୧୬ ତାରିଖରୁ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।”

ସେ ଆହୁରି ମଧ୍ୟ କହିଛନ୍ତି,“ଯଦି ଆନ୍ଦୋଳନକାରୀ ଅଧ୍ୟାପକ ଖାତା ମୂଲ୍ୟାୟନରେ ସହଯୋଗ ନ କରନ୍ତି ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ଖାତା ଦେ‍ଖାରେ ନିୟୋଜିତ କରିବାକୁ ଅଣ୍ଟା ଭିଡ଼ିଛି।”

ଆଡ୍‌ଭାନ୍ସ ଜେଇଇ ଦେବା ଲାଗି ଯେପରି କୌଣସି ଛାତ୍ରଛାତ୍ରୀ ଅସୁବିଧାରେ ନ ପଡ଼ିବେ ସେଥିପାଇଁ ମେ’ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ବାହାର କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos