ଅଧାବାଟରେ ଅଟକିଲେ ତିନି ଠାକୁର

ପୁରୀ: ମାଉସୀ ମା’ ଘରେ ପହଞ୍ଚି ପାରିଲେନି ତିନି ଠାକୁର। ଭକ୍ତଙ୍କ ଆବେଗ ସେମାନଙ୍କୁ ଅଟକାଇ ଦେଲା ଅଧାବାଟରେ। ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଳଗଣ୍ଡି ନିକଟରେ ଅଟକି ଥିବା ବେଳେ ବଗଲା ଧର୍ମଶାଳା ନିକଟରେ ଦେବୀ ସୁଭଦ୍ରା ଏବଂ ଟାଉନ ଥାନା ନିକଟରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଅଟକିଛି। ଆସନ୍ତାକାଲି ମାଉସୀ ମା’ଙ୍କ ଘରକୁ ପୁଣି ତିନି ଠାକୁରଙ୍କ ରଥ ଟଣାଯିବ। ଝିପିଝିପି ବର୍ଷା ସତ୍ୱେ ସକାଳୁ ବଡ଼ଦାଣ୍ଡ ଥିଲା ଲୋକାରଣ୍ୟ। ରଥ ଆଉ ପଥ, ସବୁଥିଲେ […]

car

car

Rakesh Mallick
  • Published: Sunday, 25 June 2017
  • Updated: 25 June 2017, 08:08 PM IST

Sports

Latest News

ପୁରୀ: ମାଉସୀ ମା’ ଘରେ ପହଞ୍ଚି ପାରିଲେନି ତିନି ଠାକୁର। ଭକ୍ତଙ୍କ ଆବେଗ ସେମାନଙ୍କୁ ଅଟକାଇ ଦେଲା ଅଧାବାଟରେ। ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଳଗଣ୍ଡି ନିକଟରେ ଅଟକି ଥିବା ବେଳେ ବଗଲା ଧର୍ମଶାଳା ନିକଟରେ ଦେବୀ ସୁଭଦ୍ରା ଏବଂ ଟାଉନ ଥାନା ନିକଟରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଅଟକିଛି। ଆସନ୍ତାକାଲି ମାଉସୀ ମା’ଙ୍କ ଘରକୁ ପୁଣି ତିନି ଠାକୁରଙ୍କ ରଥ ଟଣାଯିବ।

[video width="320" height="240" mp4="http://odishareporter.in/wp-content/uploads/2017/06/Chariot-Pulling-Stop-in-Puri_x264.mp4"][/video]

ଝିପିଝିପି ବର୍ଷା ସତ୍ୱେ ସକାଳୁ ବଡ଼ଦାଣ୍ଡ ଥିଲା ଲୋକାରଣ୍ୟ। ରଥ ଆଉ ପଥ, ସବୁଥିଲେ ପ୍ରସ୍ତୁତ। ଶେଷରେ ଆସିଲା ସେହି ବହୁ ପ୍ରତୀକ୍ଷିତ ମୁହୁର୍ତ୍ତ। ଘଣ୍ଟଘଣ୍ଟା ଓ କାହାଳୀରେ କମ୍ପି ଉଠିଥିଲା ଶ୍ରୀମନ୍ଦିର। ନୀତି ନିର୍ଘଣ୍ଟର ପ୍ରାୟ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି। ସୁଦର୍ଶନଙ୍କ ପହଣ୍ଡି ପରେ ଟାହିଆ ହଲାଇ ଝୁଲିଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପରେ ପରେ ରଥାରୂଢ ହୋଇଥିଲେ ଦେବୀ ସୁଭଦ୍ରା ଆଉ ଶେଷରେ ପହଣ୍ଡିରେ ବିଜେ କରିଥିଲେ ଜଗତର ନାଥ ଜଗନ୍ନାଥ।

ଶ୍ରୀଜିଉଙ୍କ ବିଭିନ୍ନ ନୀତିକାନ୍ତି  ସଂପନ୍ନ ହେବା ପରେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଅନୁଗାମୀଙ୍କ ସହ ଆସି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ।

ପରେ ତିନି ରଥରେ ଛେରାପହଁରା କରିଥିଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏହାପରେ ରଥଟଣା ପାଇଁ ଆରମ୍ଭ ହୋଇଥିଲା। ପ୍ରସ୍ତୁତି ଚାରମାଳ ଫିଟା, ଘୋଡା ଯୋଚା ଓ ସାରଥୀ ଲାଗିବା ପରେ ଅପରାହ୍ନ ୩ଟା ୫୪ ମିନିଟ୍‌ରେ ଆରମ୍ଭ ହୋଇଥିଲା ରଥଟଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story