ସରକାରୀ ସ୍ତରରେ ଓଡ଼ିଆ ଭାଷାକୁ କାର୍ଯ୍ୟକାରୀ କରିବାକୁ ପ୍ରକ୍ରିୟା ଚାଲିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସରକାରୀ ସ୍ତରରେ ଓଡ଼ିଆ ଭାଷାକୁ କାର୍ଯ୍ୟକାରୀ କରିବା ନେଇ ପ୍ରକ୍ରିୟା ଚାଲିଛି। ୧୯୫୪ ଓଡ଼ିଆ ଭାଷା ଆଇନରେ ସଂଶୋଧନ କରାଯାଉଛି। ସଂଶୋଧିତ ଆଇନ  ଅଗଷ୍ଟ ୧୫ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଛନ୍ତି। ସେ କହିଥିଲେ,“ରାଜ୍ୟରେ ଓଡ଼ିଆ ଭାଷା ସାହିତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ବିଏଚ୍‌ୟୁ ଓ ଜେଏନ୍‌ୟୁରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯିବ। […]

aditya

aditya

Rakesh Mallick
  • Published: Saturday, 21 May 2016
  • Updated: 21 May 2016, 02:58 PM IST

Sports

Latest News

ଭୁବନେଶ୍ୱର: ସରକାରୀ ସ୍ତରରେ ଓଡ଼ିଆ ଭାଷାକୁ କାର୍ଯ୍ୟକାରୀ କରିବା ନେଇ ପ୍ରକ୍ରିୟା ଚାଲିଛି। ୧୯୫୪ ଓଡ଼ିଆ ଭାଷା ଆଇନରେ ସଂଶୋଧନ କରାଯାଉଛି। ସଂଶୋଧିତ ଆଇନ  ଅଗଷ୍ଟ ୧୫ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଛନ୍ତି।

ସେ କହିଥିଲେ,“ରାଜ୍ୟରେ ଓଡ଼ିଆ ଭାଷା ସାହିତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ବିଏଚ୍‌ୟୁ ଓ ଜେଏନ୍‌ୟୁରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯିବ। ବିଶେଷ କରି ଆଜିର ବୈଠକରେ ଓଡ଼ିଆ ଭାଷା ପାଇଁ ଯେଉଁସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହା ସହିତ ଗଲା ଦୁଇ ବର୍ଷ ମଧ୍ୟରେ କ’ଣ ସବୁ ସଫଳତା ମିଳିଛି ଓ ପଦକ୍ଷେପ ଗ୍ରହଣ କରାଯାଇଛି ସେ ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।”

ନବୀନ ସରକାରଙ୍କ ଚତୁର୍ଥ ଇନିଂସର ଦୁଇ ବର୍ଷ ପୂର୍ତ୍ତୀ ଅବସରରେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos