ଉଦଳା: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ରାଢ଼ୋ ଚନ୍ଦନ ପୋଖରୀ ନିକଟରୁ ଆଜି ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ କରାଯାଇଛି।  ମୃତ ମହିଳା ହେଲେ ରାଢ଼ୋ ଗାଁର ରବୀନ୍ଦ୍ର ଖଟୁଆଙ୍କ ପତ୍ନୀ ଯମୁନା ଖଟୁଆ। ଏହି ଘଟଣାରେ ରବୀନ୍ଦ୍ର ଖଟୁଆକୁ ପୋଲିସ୍‌ ଅଟକ ରଖି ପଚରାଉଚରା କରୁଛି।