କୋରାପୁଟ: ପୁଣି ଲାଲାବାହିନୀର ବର୍ବରକାଣ୍ଡ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ହାତୀବାରି ସରପଞ୍ଚଙ୍କୁ ପୋଲିସ୍ ଇନ୍ଫର୍ମ ସନ୍ଦେହରେ ମାଓବାଦୀ ଗୁଳିକରି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକଙ୍କ ନାଁ ଜଗନ୍ନାଥ ଖରା। ମାଓବାଦୀମାନେ ରାତିରେ ତାଙ୍କୁ ଘରୁ ଟେକି ନେଇ ଗାଁ ମୁଣ୍ଡରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।
ମୃତଦେହ ପାଖରେ ମାଓ ପୋଷ୍ଟର ପଡିଥିବାରୁ ଏହା ମାଓବାଦୀଙ୍କ କାଣ୍ଡ ବୋଲି ଅନୁମାନ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।