ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଟିମ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ବ୍ୟାଟରୁ ଦୀର୍ଘ ଦିନ ପରେ ଏକ ଆକର୍ଷଣୀୟ ଇଂନିସ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ଦିନିକିଆରେ ରୋହିତଙ୍କ ଶତକୀୟ ପାଳି ବଳରେ ଭାରତ କେବଳ ମ୍ୟାଚ୍ ଜିତିନଥିଲା, ସିରିଜ ମଧ୍ୟ ହାତେଇଥିଲା।
ପ୍ରଥମ ଥର ପାଇଁ ଭାରତ ଦକ୍ଷିଣ ଆଫ୍ରିକା ମାଟିରେ ସିରିଜ ବିଜୟ କରି ନୂଆ ଇତିହାସ ସୃଷ୍ଟି କରିଛି। ହେଲେ ରୋହିତ ଶତକ ମାରିବା ପରେ ଏଥିପାଇଁ ସେଲିବ୍ରେସନ କରିନଥିଲେ। ଶତକ ପରେ କାହିଁକି ସେ ସେଲିବ୍ରେସନ କରିନଥିଲେ ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଭୁଲ ବୁଝାମଣା ଯୋଗୁଁ ବିରାଟ ଓ ରାହାଣେ ରନ ଆଉଟ୍ ହୋଇଥିଲେ। ଏହି ଦୁଇ ଖେଳାଳିଙ୍କ ଆଉଟ୍ ହେବା ପରେ ରୋହିତ ଚିନ୍ତାରେ ପଡ଼ିଯାଇଥିଲେ। କାରଣ ଭାରତର ଯଦି ବ୍ୟାଟିଂ ବିପର୍ଯ୍ୟୟ ହେଉଛି ତେବେ ରୋହିତଙ୍କୁ ଏଥିପାଇଁ ଦାୟୀ କରିବେ ସମସ୍ତେ। ସେଥିପାଇଁ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖି ଏକ ଶତକୀୟ ପାଳି ଖେଳିଥିଲେ ରୋହିତ। ସେ ୧୨୬ ବଲରୁ ୧୧୫ରନ କରିଥିଲେ। ରୋହିତଙ୍କ ଏହା ଦକ୍ଷିଣ ଆଫ୍ରିକାରେ ପ୍ରଥମ ଶତକ। ଫର୍ମକୁ ଫେରିବା ପରେ ରୋହିତ କହିଥିଲେ ଭୁଲ ବୁଝାମଣା ପାଇଁ ତାଙ୍କ ସାମ୍ନାରେ ୨ଜଣ ବ୍ୟାଟ୍ସମ୍ୟାନ୍ ରନ୍ଆଉଟ୍ ହୋଇଯାଇଥିବାରୁ ସେ ଶତକ ମାରିବା ପରେ ସେଲିବ୍ରେସନ ମଧ୍ୟ କରିନଥିଲେ।ଭାରତ ୫ମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭୩ରନରେ ହରାଇ ସିରିଜ କବ୍ଜା କରିଥିଲା। ଭାରତ ୬ଟିକିଆ ସିରିଜରେ ୪-୧ରେ ଅଗ୍ରଣୀ ରିହଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।