ସାରି ଦିଅନ୍ତୁ ବ୍ୟାଙ୍କ କାମ; ଆଗକୁ ୪ ଦିନ ଛୁଟି  

ଭୁବନେଶ୍ୱର: ବ୍ୟାଙ୍କରେ କାମ ଅଛି କି? ତା’ହେଲେ ତୁରନ୍ତ ଶେଷ କରି ଦିଅନ୍ତୁ। କାରଣ ଆଗକୁ ଚାରି ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ। ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ସେପ୍ଟେମ୍ବର ୩୦ ତାରିଖ ଅର୍ଥାତ ଶନିବାର ହେଉଛି ବିଜୟାଦଶମୀ। ତେଣୁ ଏହା ସରକାରୀ ଛୁଟି। ୧ ଅକ୍ଟୋବର ରବିବାର। ୨ ଅକ୍ଟୋବର ହେଉଛି ଗାନ୍ଧି ଜୟନ୍ତୀ। ଗାନ୍ଧି ଜୟନ୍ତୀ ସରକାରୀ ଛୁଟି। ଏହି ଦିନଗୁଡ଼ିକରେ ବ୍ୟାଙ୍କ ବନ୍ଦ […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 03:44 PM IST

Sports

Latest News

ଭୁବନେଶ୍ୱର: ବ୍ୟାଙ୍କରେ କାମ ଅଛି କି? ତା’ହେଲେ ତୁରନ୍ତ ଶେଷ କରି ଦିଅନ୍ତୁ। କାରଣ ଆଗକୁ ଚାରି ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ। ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ।

ସେପ୍ଟେମ୍ବର ୩୦ ତାରିଖ ଅର୍ଥାତ ଶନିବାର ହେଉଛି ବିଜୟାଦଶମୀ। ତେଣୁ ଏହା ସରକାରୀ ଛୁଟି। ୧ ଅକ୍ଟୋବର ରବିବାର। ୨ ଅକ୍ଟୋବର ହେଉଛି ଗାନ୍ଧି ଜୟନ୍ତୀ। ଗାନ୍ଧି ଜୟନ୍ତୀ ସରକାରୀ ଛୁଟି। ଏହି ଦିନଗୁଡ଼ିକରେ ବ୍ୟାଙ୍କ ବନ୍ଦ ରହିବ। ଏହାର ପ୍ରଭାବ ଅନ୍‌ଲାଇନ୍ ବ୍ୟାଙ୍କିଂ ଉପରେ ବି ପଡ଼ିବ। ଏଟିଏମ୍‌ରେ ବି ଟଙ୍କାର ଅଭାବ ଦେଖାଯାଇପାରେ। କାରଣ ବ୍ୟାଙ୍କଗୁଡ଼ିକର କରେନ୍‌ସୀ ଚେଷ୍ଟ ବି ବନ୍ଦ ରହିବ। ମଙ୍ଗଳବାର ବ୍ୟାଙ୍କ ଖୋଲିବ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସହାୟକ ମହାପ୍ରବନ୍ଧକ (ଏଟିଏମ୍‌ ପରିଚାଳନା) ରାକେଶ କୁମାର କହିଛନ୍ତି ଯେ ଗ୍ରାହକମାନଙ୍କୁ ଯେପରି କୌଣସି ପ୍ରକାର ଅସୁବିଧା ହେବ ନାହିଁ, ସେଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଛୁଟି ଦିନଗୁଡ଼ିକରେ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା କାମ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos