ନୂଆଦିଲ୍ଲୀ: ଟ୍ରାଞ୍ଜିସନ ହୋଲଡିଂ ବ୍ରାଣ୍ଡ ଇନଫିନିକ୍ସ (Infinix) ପକ୍ଷରୁ ମଙ୍ଗଳବାର ଏକ ନୂଆ ବ୍ରାଣ୍ଡ ଫୋନ୍ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସ୍ମାର୍ଟଫୋନ୍ର ନାଁ ରଖାଯାଇଛି Infinix Zero 5। ଏହା ପୂର୍ବରୁ ଉକ୍ତ କମ୍ପାନୀ ପକ୍ଷରୁ Note 4 and Hot 4 Pro ଲଞ୍ଚ ହୋଇସାରିଛି। ୬ ଜିବି ରାମ ବିଶିଷ୍ଟ ଏହି ଫୋନ 5.98 ଇଞ୍ଚ ହୋଇଥିବା ବେଳେ ଏହାର FHD 1080p ମାନର। ଗରିଲା ଗ୍ଲାସ ପ୍ରୋଟେକ୍ସନ ଥିବା ଏହି ଫୋନ୍ର 2.6GHz octa-core MediaTek P25 ପ୍ରସେସର ରହିଛି।
ସେହିପରି ଏହାର ଇଣ୍ଟରନାଲ ମେମୋରି 64GB ରହିଛି। ଏହାର ଇଣ୍ଟରନାଲ ଷ୍ଟୋରେଜ୍ ବୃଦ୍ଧି ପାଇଁ ମଧ୍ୟ ଅପ୍ସନ ରହିଛି। ଏଥିରେ 128GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍ ବୃଦ୍ଧି କରିହେବ। ସେହିପରି ଫଟୋଗ୍ରାଫି ଦୃଷ୍ଟିରୁ ଏଥିରେ ଥିବା କ୍ୟାମେରାର ମାନ ଉନ୍ନତମାନର ରହିଛି। ରିଅର ୧୩ ମେଗାପିକ୍ସେଲ ଥିବା ବେଳେ ଫ୍ରଣ୍ଟରେ ୧୨ ମେଗା ପିକ୍ସେଲ ରହିଛି। 4350mAhର ବ୍ୟାଟେରି କ୍ଷମତା ଥିବା ଏହି ଫୋନ୍ର ଦାମ ୨୦, ୦୦୦ ଟଙ୍କାରୁ କମ୍ ରହିଛି। ସେହିପରି ବିଭିନ୍ନ ରଙ୍ଗରେ ଏହି ସେଟ୍ ଉପଲବ୍ଧ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।