ଜିଓର ଦୀପାବଳି ଧମାକା: ଏଥର ରେକର୍ଡ ଅଫର ଦେଲା ଜିଓ

ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳି। ଏହାକୁ ଆଖିଆଗରେ ରଖି ରିଲାଏନ୍‌ସର ଜିଓ ଗ୍ରାହକଙ୍କ ପାଇଁ ପୁଣି ଏକ ଜବରଦସ୍ତ ଅଫର ଆଣିଛି। ଏହି ଅଫର ଅନୁଯାୟୀ ଜିଓ ମାତ୍ର ୧୪୯ଟଙ୍କାର ନୂଆ ପ୍ଲାନ ଆରମ୍ଭ କରିଛି। ଏଥିରେ ଗ୍ରାହକ ଅନଲିମିଟେଡ କଲିଂର ସୁବିଧା ସହିତ ଏହାର ବିକଳ୍ପ ସେବା ମଧ୍ୟ ପାଇପାରିବେ। ଏହା ସହିତ ୩୦୦ ମେସେଜ କରିବାର ଲାଭ ଉଠାଇପାରିବେ। ଏହି ଅଫରର ବୈଦ୍ଧତା କେବଳ ୨୮ ଦିନ ପାଇଁ ରହିବ।

ଏଥିରେ ମାସେ ପର୍ଯ୍ୟନ୍ତ 2GB ର ହାଇସ୍ପିଡ ଡାଟା ମଳିବ। 2GB ଡାଟା ସରିଗଲା ପରେ ଗ୍ରାହକ ଅନଲିମିଟେଡ ଡାଟାର ଲାଭ ଉଠାଇବେ ସତ, କିନ୍ତୁ ଏହାର ହାଇସ୍ପିଡ୍ କମିଯାଇ 64kbps କୁ ଖସିଆସିବ।

ଏହାଛଡ଼ା ପୂର୍ବପରି ୩୦୯ ଟଙ୍କା ରିଚାର୍ଜ କରି ୫୬ ଦିନ ପାଇଁ ଅନଲିମିଟେଡ୍ ଡାଟା ଓ କଲିଂର ସୁବିଧା ପାଇପାରିବେ। ଏଥିରେ ପ୍ରତିଦିନ ୧GB ଡାଟା ମିଳିବା ସହିତ ଜିଓ ଆପ୍ସକୁ ଫ୍ରିରେ ସବସ୍କ୍ରିପ୍‌ସନ୍‌ କରିପାରିବେ।  ସେହିପରି ୫୦୯ ଟଙ୍କାର ରିଚାର୍ଜ କଲେ ୫୬ ଦିନ ପାଇଁ ପ୍ରତିଦିନ 2GB ହାଇସ୍ପିଡ ଡାଟା ସହିତ ଅନଲିମିଟେଡ କଲିଂର ସୁବିଧା ପାଇପାରିବେ।

ଜିଓର ସବୁଠାରୁ ଶସ୍ତା ଅଫର ହେଉଛି ୧୯ ଟଙ୍କାର ପ୍ୟାକ୍। ଏଥିରେ ଗ୍ରାହକଙ୍କୁ ଦିନକ ପାଇଁ ୨୦୦ ଏମ୍ବିର ଡାଟା ମିଳିବ। ଏହା ସହିତ ଅନଲିମିଟେଡ କଲିଂ ସୁବିଧାର ବି ଲାଭ ଉଠାଇ ପାରିବେ।