ଲେନୋଭୋ ଲଞ୍ଚ୍‌ କଲା ନୂଆ ସ୍ମାର୍ଟ ୱାଚ୍‌

Lenovo ଭାରତରେ ନୂଆ Lenovo Carme ସ୍ମାର୍ଟ ୱାଚ୍‌ ଲଞ୍ଚ୍‌ କରଦେଇଛି। ଏହାର ମୂଲ୍ୟ ୩ ହଜାର ୪୯୯ ଟଙ୍କା ରହିଛି, ଯାହାର ବିକ୍ରି  ଆରମ୍ଭ ହୋଇଯାଇଛି। ଗ୍ରାହକ ଏହାକୁ ପ୍ଲିପକାର୍ଟ ଓ କ୍ରୋମାରୁ କିଣିପାରିବେ। ଏହି ସ୍ମାର୍ଟୱାଚ୍‌ ଉଭୟ ଆଣ୍ଡ୍ରଏଡ୍‌ ଓ  iosରେ କାମ କରେ। ଲେନୋଭୋ ଏହି ନୂଆ ଫିଟନେସ୍ ସ୍ମାର୍ଟ ୱାଚ୍‌ରେ ୧.୩ ଇଞ୍ଚ୍ IPS କଲର ଡିସ୍‌ପ୍ଲେ, 2.5D କର୍ଭ୍ ଡିଜାଇନ୍ ଓ ୱାନ୍‌-ଟଚ୍ ସେନ୍‌ସର୍‌ ଦିଆଯାଇଛି। ଏଥିସହ ଏହା IP68 […]

lenovo

lenovo

Chinmayee Roy
  • Published: Tuesday, 17 September 2019
  • Updated: 17 September 2019, 05:17 PM IST

Sports

Latest News

Lenovo ଭାରତରେ ନୂଆ Lenovo Carme ସ୍ମାର୍ଟ ୱାଚ୍‌ ଲଞ୍ଚ୍‌ କରଦେଇଛି। ଏହାର ମୂଲ୍ୟ ୩ ହଜାର ୪୯୯ ଟଙ୍କା ରହିଛି, ଯାହାର ବିକ୍ରି  ଆରମ୍ଭ ହୋଇଯାଇଛି। ଗ୍ରାହକ ଏହାକୁ ପ୍ଲିପକାର୍ଟ ଓ କ୍ରୋମାରୁ କିଣିପାରିବେ। ଏହି ସ୍ମାର୍ଟୱାଚ୍‌ ଉଭୟ ଆଣ୍ଡ୍ରଏଡ୍‌ ଓ  iosରେ କାମ କରେ।

ଲେନୋଭୋ ଏହି ନୂଆ ଫିଟନେସ୍ ସ୍ମାର୍ଟ ୱାଚ୍‌ରେ ୧.୩ ଇଞ୍ଚ୍ IPS କଲର ଡିସ୍‌ପ୍ଲେ, 2.5D କର୍ଭ୍ ଡିଜାଇନ୍ ଓ ୱାନ୍‌-ଟଚ୍ ସେନ୍‌ସର୍‌ ଦିଆଯାଇଛି। ଏଥିସହ ଏହା IP68 ସାର୍ଟିଫାଇଡ୍। ଏର୍ଥାତ ଏହା ଉଭୟ ୱାଟରପ୍ରୁଫ୍ ଓ ଡଷ୍ଟପ୍ରୁଫ୍। କମ୍ପାନୀ ଏହି ୱାଚ୍‌କୁ ଦୁଇଟି କଲର୍‌ ଅପଶନ୍‌ ବ୍ଲାକ୍‌ ଓ ଗ୍ରୀନ୍‌ରେ ଲଞ୍ଚ୍‌ କରିଛି। କମ୍ପାନୀ ମୁକତାବକ ଏହି ସ୍ମାର୍ଟ ୱାଚ୍‌ ଥରେ ଚାର୍ଜ କଲେ ୭ ଦିନ ଚାଲିଥାଏ।

ଲେନୋଭୋ Carme ସ୍ମାର୍ଟ ୱାଚ୍‌ରେ ପେଡୋମିଟର୍‌ର ସପୋର୍ଟ, ୨୪ ଘଣ୍ଟା ହାର୍ଟ ରେଟ୍ ମନିଟରିଂ ଓ ସ୍ଲିପ ମନିଟରିଂ ଦିଆଯାଇଛି।  ଏହି ଫିଟ୍‌ନେସ୍‌ ଟ୍ରାକର୍‌ରେ ସୁଇମିଙ୍ଗ, ସ୍କିପିଙ୍ଗ, ବ୍ୟାଡମିଣ୍ଟନ୍, ବାସ୍କେଟବଲ୍‌, ଫୁଟ୍‌ବଲ୍‌, ୱାକିଂ, ରନିଂ ଓ ସାଇକେଲିଂ ପରି ୮ଟି ସ୍ପୋର୍ଟ୍ସ ମୋଡ୍‌ ଦିଆଯାଇଛି। ଏହି ଘଣ୍ଟାର ଅନ୍ୟ ଫିଚର କଥା କହିଲେ, ଏଥିରେ ପାଣିପାଗ ସୂଚନା, ଫୋନ୍‌ ସର୍ଚ୍ଚ, ଆଲାର୍ମ ରିମାଇଣ୍ଡର, ଷ୍ଟପୱାଚ୍ ଓ ମିଡିଆ ଆପ୍ସ୍, କଲ୍‌, ଟେକ୍ସଟ୍ ମେସେଜ୍ ଓ ଇମେଲ୍‌ ପାଇଁ ସ୍ମାର୍ଟ ନୋଟିଫିକେଶନର ସପୋର୍ଟ ଦିଆଯାଇଛି। କନେକ୍ଟିଭିଟି ପାଇଁ ଏହି ଘଣ୍ଟାରେ ବ୍ଲୁଟୁଥ୍ ଭର୍ଜନ ୪.୨ର ସପୋର୍ଟ  ଦିଆଯାଇଛି।

ଗ୍ରାହକ Lenovo Life ଆପ୍‌ ଡାଉନ୍‌ଲୋଡ୍‌ କରି ସ୍ମାର୍ଟ ୱାଚ୍‌ ସହ ପେୟାର କରିପାରିବେ। ଏହି ଆପ୍‌ରେ ଅନେକ ପଙ୍କସନ୍‌ ମିଳିବ। Lenovo Carme ସ୍ମାର୍ଟୱଚ୍‌ NRF୫୨୮୩୨ ପ୍ରୋସେସର ଦିଆଯାଇଛି। ଗ୍ରାହକଙ୍କୁ ଏହି ଫୋନ୍‌ରେ 200mAhର ବ୍ୟାଟେରୀ ସହ ଚାର୍ଜିଂ ବେସ୍‌ ମଧ୍ୟ ମ୍‌ଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos