ଅଜଗରକୁ ଗିଳିଦେଲା ଅହିରାଜ

ବିଷଧର ସାପ ଅହିରାଜର ପ୍ରିୟ ଖାଦ୍ୟ ସାପ ଓ ସରୀସୃପ ।ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ କରଡାପଡା ଗ୍ରାମରେ । ପ୍ରାୟ ୧୧ ଫୁଟର ଅହିରାଜ ସାପଟି ୪ ଫୁଟ ଲମ୍ବର ଅଜଗର ସାପକୁ ଗିଳି ଦେଇ କରଡାପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ରୋଷେଇ ଘର ଭିତରକୁ ପଶି ଯାଇଥିଲା ।ପରିବାର ଲୋକେ ଘର ଭିତରେ ଏତେ ବଡ ସାପ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।