ପ୍ରଚାରକୁ ଡାକିଲେ, ଖାଇବାକୁ ନ ଦେଇ ମାଡ଼ ମାରିଲେ

ଘରୁ ଡାକି ଆଣିଲେ, ହେଲେ ଖାଇବାକୁ ଗଣ୍ଡେ ଦେଲେନି । କହିବାରୁ ମାଡ଼ ମାରିବେ ବୋଲି ଧମକ ଦେଲେ ଗୁଣ୍ଡାମାନେ। ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ କଲେ, ଶେଷରେ ଘରକୁ ଫେରିଲେ । ଏହିପରି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସାନ କେରକ ଗାଁ ଛକରେ ।