କଂଗ୍ରେସ ନେତା ଗୁଲାନ ନବୀ ଆଜାଦଙ୍କୁ କରୋନା
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ଆଜାଦ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁଲାମ ନବୀ ଆଜାଦ ନିଜ ହୋମ୍ କ୍ୱାରେଣ୍ଟାଇନ୍ କରିଛନ୍ତି। ସେ ନିଜ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବା ସହ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।
I have tested positive for COVID-19. I am in home quarantine. Those who came in contact with me in last few days may kindly follow the protocol.
— Ghulam Nabi Azad (@ghulamnazad) October 16, 2020
ଗୁଲାମ ନବୀ ଆଜାଦ ଟୁଇଟରେ ଲେଖିଛନ୍ତି, ‘ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏବେ ମୁଁ ହୋମ୍ କ୍ୱାରେଣ୍ଟାଇନରେ ଅଛି। ଯେଉଁମାନେ ଗତ କିଛି ଧରି ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ପ୍ରୋଟୋକଲ୍ ପାଳନ କରନ୍ତୁ।’ ଗୁଲାମ ନବୀ ଆଜାଦଙ୍କ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ମୋତି ଲାଲ୍ ବୋରା, ଅଭିଷକ ମନୁ ସିଙ୍ଘବୀ, ତରୁଣ ଗୋଗୋଇ ଓ ଆରପିଏନ୍ ସିଂହଙ୍କ ସମେତ ଆଉ କିଛି ନେତା କରୋନାରେ ସଂକ୍ରମିତ ହୋଇସାରିଛନ୍ତି।
ଏପରିକି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ, ପର୍ଯ୍ୟଟକ ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ସମେତ ଶାସନରେ ଥିବା ଅନେକ ନେତା କରୋନା କବଳରେ ଆସିଛନ୍ତି। ବରିଷ୍ଠ ନେତା ଓ ରାଜ୍ୟସଭା ସଦସ୍ୟ ପିଏଲ୍ ପୁନିଆ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ସେ ନିଜକୁ ହୋମ୍ ଆଇସୋଲେସନ୍ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।