ଆଗକୁ ପୂଜା, ଅବହେଳା କଲେ କୋପ ଦେଖାଇବ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୨୫ ପରଠାରୁ ରାଜ୍ୟରେ ତଳମୁହାଁ ହୋଇଛି କରୋନା ଗ୍ରାଫ୍‌।  ବେକାବୁ କରୋନା ଏବେ ନିୟନ୍ତ୍ରଣ ମଧ୍ୟକୁ ଆସିଥିବା ବେଳେ ସଂକ୍ରମଣ ହାର ମଧ୍ୟ କମିବା ଆରମ୍ଭ କରିଛି । ହେଲେ ଅବହେଳା କଲେ ପୁଣି ବଢ଼ିବ ମହାମାରୀ। କୋପ ଦେଖାଇବ କରୋନା। ରାଜ୍ୟବାସୀଙ୍କୁ ଏଭଳି ଭାବେ ସତର୍କ କରାଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା। ILS ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୧ରୁ ୨୫ ତାରିଖ ମଧ୍ୟରେ ଦୈନିକ ପାଖାପାଖି ୪,୨୦୦ ସଂକ୍ରମିତ […]

ccccddd

ccccddd

Niharika Rout
  • Published: Friday, 16 October 2020
  • Updated: 16 October 2020, 01:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୨୫ ପରଠାରୁ ରାଜ୍ୟରେ ତଳମୁହାଁ ହୋଇଛି କରୋନା ଗ୍ରାଫ୍‌।  ବେକାବୁ କରୋନା ଏବେ ନିୟନ୍ତ୍ରଣ ମଧ୍ୟକୁ ଆସିଥିବା ବେଳେ ସଂକ୍ରମଣ ହାର ମଧ୍ୟ କମିବା ଆରମ୍ଭ କରିଛି । ହେଲେ ଅବହେଳା କଲେ ପୁଣି ବଢ଼ିବ ମହାମାରୀ। କୋପ ଦେଖାଇବ କରୋନା। ରାଜ୍ୟବାସୀଙ୍କୁ ଏଭଳି ଭାବେ ସତର୍କ କରାଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା।

ILS ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୧ରୁ ୨୫ ତାରିଖ ମଧ୍ୟରେ ଦୈନିକ ପାଖାପାଖି ୪,୨୦୦ ସଂକ୍ରମିତ ହେଉଥିଲେ । ହେଲେ ୨୫ତାରିଖ ପରଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାରରୁ ୨୫୦୦ ଭିତରେ ରହିଛି। ଏହା ବେଶ୍‌ ଭଲ ଟ୍ରେଣ୍ଡ।

ରାଜ୍ୟରେ ପୂର୍ବ ତୁଳନାରେ ଟେଷ୍ଟିଂ କମି ନ ଥିବା ବେଳେ ବର୍ଷା ପାଇଁ ସାମ୍ପଲ ସଂଗ୍ରହ ସାମାନ୍ୟ କମିଛି। ଏବେ ଦୈନିକ ୫୦ ହଜାର ପର୍ଯ୍ୟନ୍ତ  ଟେଷ୍ଟିଂ ନେଇ ଲକ୍ଷ୍ୟ ରଖାଯାଇଛି। ପଜିଟିଭିଟି ହାର ୫%ରୁ କମ୍ ରହିଛି।

ଆଗକୁ ପୂଜା ଆସୁଛି, ଅଧିକ ସଚେତନ ହେବା ଦରକାର । ଯଦି ଲୋକ ଅବହେଳା କରିବେ ତାହଲେ ସଂକ୍ରମଣ ବଢ଼ିବ  । ମୃତ୍ୟୁ ହାର  ବଢ଼ୁଥିଲେ ବି ଅନ୍ୟ ରାଜ୍ୟ ତୁଳନାରେ ଏହା କମ୍ ରହିଛି । ଶୀତ ଦିନରେ ଅନ୍ୟ ରୋଗ ଆଶଙ୍କା ଅଧିକ ଥିବାରୁ କରୋନା ଇନ୍‌ଫେକ୍ସନ ବଢିବାର ସମ୍ଭାବନା ରହିଛି । ତେବେ  ଓଡ଼ିଶାରେ  ମୃତ୍ୟୁ ହାର ବଢ଼ୁଥିଲେ ବି ଅନ୍ୟ ରାଜ୍ୟ ତୁଳନାରେ କମ୍  ରହିଥିବା କହିଛନ୍ତି ଆ ଇଏଲଏସ ନିର୍ଦ୍ଦେଶକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos