ବାନା ବାବାଙ୍କ ଆଶ୍ରମରେ ଅବକାରୀ ଚଢାଉ

banaକୋଣାର୍କ: କୋଣାର୍କ ନିକଟ ବାଲିଦୋକାନରେ ଥିବା ବାନା ବାବାଙ୍କ ଜଗନ୍ନାଥ କଳକୀ ଆଶ୍ରମ ବିରୋଧରେ ଆସିଥିବା ନିଶା କାରବାର ଅଭିଯୋଗ ପରେ ବୁଧବାର ବିଳମ୍ବିତ ରାତିରେ ଓ ଗୁରୁବାର ସକାଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଅବକାରୀ ବିଭାଗର ଏକ ମୋବାଇଲ ଟିମ ଓ ନିମାପଡା ଅବକାରୀ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଦୁଇଟି ଟିମ ଆଶ୍ରମରେ ଚଢାଉ କରିଥିଲେ । ଚଢାଉ ବେଳେ କିଛି ନିଶା ଦ୍ରବ୍ୟ ମିଳି ନ ଥିଲେ ବି ଅବକାରୀ ବିଭାଗ ଆଶ୍ରମ ଉପରେ ନଜର ରଖିଛି ।