ବ୍ରହ୍ମପୁରରେ ମହିଳାଙ୍କୁ ହତ୍ୟା ଉଦ୍ୟମ

ବ୍ରହ୍ମପୁର: ବ୍ରହ୍ମପୁର ପ୍ରେମନଗରର ଏକ ଆପାର୍ଟମେଣ୍ଟରେ ରହୁଥିବା ପ୍ରତିମା ଜେନାଙ୍କୁ ଆଜି କିଛି ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରିବା ସହ ଘରେ ନିଆଁ ଲଗାଇ ଦେଇଥିଲା। ଅଗ୍ନିଶମ ଦଳ ସେଠାରେ ପହଞ୍ଚି ନିଆଁ ଲିଭାଇବା ସହିତ ପ୍ରତିମାଙ୍କୁ ଡାକ୍ତରଖାନାରେ ପଠାଇଥିଲା। ପୋଲିସ ଘଟଣାର ତଦନ୍ତ କରୁଛି।