ବ୍ରହ୍ମପୁର: ମହିଳାଙ୍କ ବେକରୁ ଚେନ ଲୁଟ୍: ସିସିଟିଭିରେ କଏଦ ହେଲା ଦୃଶ୍ୟ

ବ୍ରହ୍ମପୁର: ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଶରଧାବାଲିର ତୃତୀୟ ଗଳିରେ  ମନୋରମା ପାଣିଗ୍ରାହୀ ନାମକ ଜଣେ ବୃଦ୍ଧାଙ୍କ ବେକରୁ ଦୁର୍ବୃତ୍ତମାନେ ଚେନ ଲୁଟ କରିଥିବା ଅଭିଯୋଗ ହୋଇଛି। ସିସିଟିଭି କ୍ୟାମେରାରେ ଲୁଟର ପୁରା ଦୃଶ୍ୟ କଏଦ ହୋଇଛି। ମନୋରମା ନିଜ ଘର ଆଗରେ ଠିଆ ହୋଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ରମେଶ ଜେନା ନାମକ  ଓକିଲଙ୍କ ସମ୍ପର୍କରେ ପଚାରିଥିଲେ। ମହିଳା  ଜଣକ ତାଙ୍କ ସମ୍ପର୍କରେ  ଜାଣି ନଥିବା କହିବା ସମୟରେ ସେମାନେ ହଠାତ୍ ତାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇ ପଳାଇ ଯାଇଥିଲେ। ଏ ସମସ୍ତ ଘଟଣା ତାଙ୍କ ସାମନା ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ସିସଟିଭି ଫୁଟେଜ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।