ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟ ସରକାରୀ ମୈତ୍ରୀ ଦୋକାନରୁ ପିଡିଏସ୍ ବାବଦକୁ ଆସିଥିବା ଗହମ ଚୋରା ଚାଲାଣ ବେଳେ ଏକ ମିନିଟ୍ରକକୁ ଜବତ କରାଯାଇଛି। ୩୦ବସ୍ତା ଚୋରା ଗହମ ଜବତ କରିବା ସହିତ ସରକାରୀ ମୈତ୍ରୀ ଦୋକାନର ମ୍ୟାନେଜର ଓ ଗାଡି ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ୍। ଦିନଦ୍ୱିପହରେ ଏକ ମିନିଟ୍ରକ ଯୋଗେ ଏହି ସବୁ ଗହମ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ପ୍ରଥମେ ଦେଖିଥିଲେ। ପରେ ସିପିଆଇଏମ କର୍ମୀ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଟକ ସରକାରୀ ମୈତ୍ରୀ ଦୋକାନ, ମ୍ୟାନେଜର ଜଣେ ସରକାରୀ କର୍ମଚାରୀ। ତେବେ କଳାବଜାର ପାଇଁ ଏହି ସବୁ ଗହମ ଚୋରା ଚାଲାଣ କରୁଥିବା ଅଟକ ମ୍ୟାନେଜର ମିଡିଆ ଆଗରେ ସ୍ୱୀକାର କରିଛନ୍ତି। ଘଟଣାର ପୁଙ୍ଖ।ନୁପୁଙ୍ଖ ତଦନ୍ତ କରାଯିବାସହ ପିଡିଏସ୍ ଗହମ ଚୋରା ଚାଲାଣ କରି ଧରାପଡିଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
କେମିତି ନାକ ଫୁଲ ଯୋଗୁ ଧରାପଡ଼ିଲେ ହତ୍ୟାକାରୀ?
ମହିଳା ଜଣଙ୍କ ନାକରେ ପିନ୍ଧିଥିବା ଗୋଟିଏ ସୁନା ପିନ୍ ବା ନାକ ଫୁଲ ସହାୟତାରେ ପୁଲିସ୍ ପୂରା ଘଟଣା ଉପରୁ ପରଦା ହଟାଇବାକୁ ସକ୍ଷମ ହୋଇଛି।

Crime
ପୁଲିସ ବିଭାଗରେ ଟେଣ୍ଡର ଅନିୟମିତତା: ସିଏଜିଙ୍କ ଆପତ୍ତି ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ, ୬କୋଟି ଟଙ୍କା କ୍ଷତି
ରାଜ୍ୟରେ ସିସିଟିଏନଏସ( କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ଆଣ୍ଡ ସିଷ୍ଟମ) ପାଇଁ ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ ନିମନ୍ତେ ରାଜ୍ୟ ପୁଲିସର ‘ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ’(ଏସସିଆରବି) ୨୦୨୧ ନଭେମ୍ବର ମାସରେ ଡାକିଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି ।

Crime
ଲଘୁ ଖଣିଜ ଚୋରି ପାଇଁ ବାଟ ଛାଡ଼ିଥିଲେ ଅଫିସର: ସିଏଜି
ତହସିଲଦାରମାନଙ୍କ ଅବହେଳାରୁ ଧର୍ମଶାଳା ଡଙ୍କାରୀ କଳାପଥର ଖଣିରୁ ଅନୁମତି ବାହାରେ 58.66 କୋଟି ଟଙ୍କାର ପଥର ଖୋଳି ନିଆଗଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କାରଣରୁ ଏପର୍ଯ୍ୟନ୍ତ ଏହି ବକେୟା ଦେୟ ଆଦାୟ ହୋଇପାରିଲା ନାହିଁ।

Crime
ଝିଅର ସ୍କୁଲ ଶିକ୍ଷୟିତ୍ରୀଙ୍କ ସହ ଅବୈଧ ସମ୍ପର୍କ ରଖି କେମିତି ଫସିଲେ ବାପା?
ଧୂର୍ତ୍ତ ଶିକ୍ଷୟିତ୍ରୀ ଜଣଙ୍କ ନିଜ ଛାତ୍ରୀଙ୍କ ବାପାଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟ କରିଛନ୍ତି।

Crime
କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?
ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।