ବଲାଙ୍ଗିର: ୧୬ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଅନ୍ତର୍ଗତ କାଲିଭନା ହାଟରେ ଚଢ଼ାଉ କରି ୧୬ କେ.ଜି ୯୦୦ ଗ୍ରାମ ଗଂଜେଇ ଜବତ କରିଛି ଅବକାରୀ ବିଭାଗ। ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତର ନାମ ସୁଦର୍ଶନ ସ୍ୱାଇଁ। ତା’ ଘର କୁଲଥୀପାଲି ଗାଁରେ। ସୁଦର୍ଶନ କାଲିଭନା ବଜାରକୁ ଗଂଜେଇ ବିକ୍ରି କରିବା ପାଇଁ ଆସୁଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।