[caption id="attachment_29149" align="alignleft" width="300"] ଚୌଦ୍ୱାର ଜେଲରୁ ଜବତ ଏଲଇଡି ଟିଭି ଓ ମାଦକଦ୍ରବ୍ୟ[/caption]
କଟକ: ଅପରାଧିକ ଷଡ଼ଯନ୍ତ୍ର ହେଉଥିବା ଆଶଙ୍କାରେ ଚୌଦ୍ୱାର ସର୍କଲ ଜେଲ୍ ଉପରେ ଆଜି ଭୋରରୁ କମିଶନରେଟ୍ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। କଟକ ଡିସିପି ଓ ଉପ-ଜିଲ୍ଲାପାଳଙ୍କ ନେତୃତ୍ୱରେ ଭୋର ପ୍ରାୟ ସାଢ଼େ ୪ଟା ବେଳକୁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ପରେ କଟକ ଡିସିପି ସଂଜୀବ ଅରୋରା କହିଛନ୍ତି, ଜେଲରେ ଅନ୍ତେବାସୀଙ୍କ ରୁମରୁ ଗୁଟଖା, ସିଗାରେଟ୍ ଓ ଗଞ୍ଜେଇ ଭଳି ଜବତ ହୋଇଛି। ଏପରିକି ଗୋଟିଏ ଏଲଇଡି ଟିଭି ମଧ୍ୟ ଜବତ କରାଯାଇଛି। ଏହା ସହିତ ଆଉ କିଛି ଆପତ୍ତିଜନକ ଜିନିଷ ମଧ୍ୟ ଅନ୍ତେବାସୀଙ୍କଠାରୁ ମିଳିଛି ଯାହା ଜେଲ ପରିସରକୁ ଯିବା କଥା ନୁହେଁ। ତେବେ ଏସବୁ ଜିନିଷ ଜେଲ ଭିତରକୁ କେମିତି ଆସିଲା ତା’ର ତଦନ୍ତ କରାଯିବ ଓ ଦୋଷୀମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଡିସିପି ଅରୋରା କହିଛନ୍ତି।
ଆଜି ଏହି ଚଢ଼ାଉ ବେଳେ ଜେଲ୍ ପରିସରରେ ୫ଜଣ ଏସିପି ଓ ୨ଜଣ ଅତିରିକ୍ତ ଡିସିପିଙ୍କ ସମେତ ୧୫ଜଣ ଇନ୍ସପେକ୍ଟର ଓ ୫ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ, ୩ ଗୁରୁତର
କେନ୍ଦ୍ର କରି ଦୁଇ ଗାଁ ଲୋକ ହାତାହାତି ହେବା ସହ ଟେକା ପଥର ମାଡ ହୋଇଥିଲା।
Crime
ଭାଣିଜୀ ପ୍ରେମ ବିବାହ କଲା ବୋଲି ଭୋଜିରେ ବିଷ ମିଶାଇଦେଲା ମାମୁ
ଉପସ୍ଥିତ ଲୋକେ ଅଭିଯୁକ୍ତ ମାମୁକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ଖସି ପଳାଇଛି।
Crime
ବ୍ରାଉନ୍ସୁଗର ପାଇଁ ମର୍ଡର! ମହିଳା ମାଷ୍ଟରମାଇଣ୍ଡ ସମେତ ୩ ଗିରଫ
ଜେଲ୍ରୁ ବାହାରିବା ପରେ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ। ତାଙ୍କ ଜେଲ୍ ଯିବା ପଛରେ ସହଦେବ ନାୟକଙ୍କ ହାତ ଥିବା ସେ ସନ୍ଦେହ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ଯୋଜନା କରିଥିଲେ।
Crime
୧୭ ବର୍ଷ ପୂର୍ବେ ହୋଇଥିଲା 'ହତ୍ୟା'; ଏବେ ଜୀବନ୍ତ ଧରିଲା ପୁଲିସ
ଏହି ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ ମଧ୍ୟ କରାଗଲା। ସେମାନେ ହତ୍ୟା ଅଭିଯୁକ୍ତ ଭାବରେ ଜେଲରେ ସଜ୍ଜା କାଟିଲେ। ଏବେ ବିହାରର ସେହି ବ୍ୟକ୍ତିଙ୍କୁ ଝାନସୀରୁ ଜୀବନ୍ତ ଧରିଲା ପୁଲିସ।
Crime
ସରୋଜଙ୍କ ପରେ ହଂସିକାଙ୍କ ଆଉ ଜଣେ ସ୍ୱାମୀଙ୍କ ଘରେ IT
ମନୋଜଙ୍କ ଘରୁ ମିଳିଥିବା ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଧରି ବାଲିଗୁଡା ଷ୍ଟେଟ ବ୍ୟାଙ୍କ ଯାଇଥିଲେ ଆୟକର ବିଭାଗ ଟିମ୍। ସେଠାରେ ମଧ୍ୟ ତନାଘନା କରିଥିଲେ। ଗୋଟିଏ ଟିମ୍ ମନୋଜଙ୍କ ଘରେ ଖାନତଲାସୀ କରୁଥିବା ବେଳେ ଆଉ ଗୋଟିଏ ଟିମ୍ ବ୍ୟାଙ୍କରେ ଖୋଳତାଡ଼ କରିଥିଲା।