ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଲାଲା ଗିରଫ

କଟକ: ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀଙ୍କୁ ଆଜି କମିଶନରେଟ୍ ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଲାଲା ଓରଫ ଲାଲ ମୋହନ ଗୁପ୍ତା। କଟକ ଚାଉଳିଆଗଞ୍ଜରୁ କମିଶନରେଟ୍ ପୋଲିସ୍ ଲାଲାକୁ ଗିରଫ କରିଛି। ଟେଣ୍ଡର ଫିକ୍ସି, ଦାଦାବଟି ସଂଗ୍ରହ ଓ  ଅସ୍ତ୍ରଶସ୍ତ୍ର କାରବାର କରୁଥିବା ଲାଲା ନାଁରେ ଅଭିଯୋଗ ରହିଛି। ଲାଲା କଟକ ନଗର ଯୁବ ସଂଘର ଜଣେ ସଦସ୍ୟ ଥିଲା। ଲାଲା ନାଁରେ ୭ଟି ମାମଲା ରହିଛି। ଡି’ ଲିଙ୍କ୍ ଅଭିଯୋଗରେ ଏପର୍ଯ୍ୟନ୍ତ ପୋଲିସ୍ ୩୩ ଜଣଙ୍କୁ ଗିରଫ କରିସାରିଲାଣି।

ଏପ୍ରିଲ ୧୬ରେ ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଶରତ ସାହୁଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଥିଲା। ବେଆଇନ ବାଲିଘାଟ ସଂପର୍କିତ ତଥ୍ୟ ଆଧାରରେ ତାଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଥିଲା। ତାଙ୍କ ଘରୁ ୨ଟି ବନ୍ଧୁକ ଓ ଗୁଳି  ପୋଲିସ୍ ଜବତ  କରିଥିଲା।