ବ୍ରହ୍ମପୁର: ନାଳରୁ ମହିଳାଙ୍କ ଶବ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ତୁରୁବୁଡ଼ି ନିକଟ ବାଉଁଶନାଳ ଠାରେ ଜଣେ ବିଧବା ମହିଳାଙ୍କ କ୍ଷତାକ୍ତ ମୃତ ଦେହକୁ ଗୁରୁବାର ପୁଲିସ ଉଦ୍ଧାର କରିଛି। ଦିଗପହଣ୍ଡି ଭ୍ରମରପୁର ଅଞ୍ଚଳର ସୁମିତ୍ରା ସେଠି ନାମକ ମହିଳା ଜଣକ ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ମୂଲ କାମ କରି ଚଳୁଥିଲେ। ତେବେ ଗତକାଲି ଠାରୁ କାମ କରିବାକୁ ଯାଇ ଆଉ ଫେରି ନ ଥିଲେ। ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ତାଙ୍କ କ୍ଷତାକ୍ତ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଜରଡ଼ା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଶବ ବ୍ୟବଚ୍ଛଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ତେବେ କେହି ଦୁର୍ବୃତ୍ତ ଦୁଷ୍କର୍ମ ପରେ ସୁମିତ୍ରାଙ୍କୁ ଗଳାକାଟି ହତ୍ୟା କରିଥିବାର ଅନୁମାନ କରାଯାଉଛି।