କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବନ୍ଧପାଟଣାର ଠିକାଦାର ପ୍ରକାଶ ସେଠୀଙ୍କ ହତ୍ୟା ଘଟଣାରେ ଡି’ ବ୍ରଦର୍ସଙ୍କ ସହଯୋଗୀ ଭାରତ ଭୂଷଣଙ୍କ ହାତ ଥିବା ପ୍ରକାଶଙ୍କ ପତ୍ନୀ ମମତା ଅଭିଯୋଗ କରିଛନ୍ତି। ଭାରତଭୂଷଣଙ୍କ ଇଶାରାରେ ତାଙ୍କ ସ୍ୱାମୀଙ୍କ ହତ୍ୟା କରାଯାଇଥିବା ମମତା କହିଛନ୍ତି।
ମମତା କହିଛନ୍ତି, “ଡି’ଲିଙ୍କରେ ଭାରତପୋଷଙ୍କ ନାଁ ଆସିବାରୁ ଅମୂଲ୍ୟ ରଥଙ୍କ ଉପରେ ମୋର ସନ୍ଦେହ ଆସିଲା।ଭାରତଭୂଷଣଙ୍କ ସହଯୋଗୀ ଅମୂଲ୍ୟ ରଥ ପ୍ରକାଶଙ୍କ ବିଜନେସ ପାଟର୍ନର ଥିଲେ। ଠିକା କାମକୁ ନେଇ ତାଙ୍କ ଭିତରେ ଝଗଡ଼ା ହୋଇଥିଲା। ସେହି ଦୃଷ୍ଟିରୁ ଅମୂଲ୍ୟ ଓ ଭାରତଭୂଷଣ ପ୍ରକାଶଙ୍କୁ ହତ୍ୟା କରିଛନ୍ତି।”
କିନ୍ତୁ ଅମୂଲ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
୨୦୧୪ ମାର୍ଚ୍ଚ ୩ ତାରିଖରେ ପ୍ରକାଶଙ୍କୁ ଚଣ୍ଡିଖୋଲ ବନ୍ଧ ପଦ୍ମଲାଭପୁର ଛକରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଗୟାଧର ତରେଇ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।
Crime
ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ୍ କଲେ ପ୍ରେମିକ; ଝୁଲି ପଡ଼ିଲେ ପ୍ରେମିକା
ପରବର୍ତ୍ତୀ ସମୟରେ ଭାନୁ ବିବାହ ପାଇଁ ରାଜି ହୋଇନଥିଲେ। ଯେଉଁଥିପାଇଁ ଚିନ୍ତାରେ ପଡ଼ି ଯାଇଥିଲେ ଅନୀଲ୍। ଆଉ ନିଜ ପାଖରେ ଥିବା ଭାନୁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋଶାଲ୍ ମିଡିଆରେ ଭାଇରାଲ କରି ଦେଇଥିଲେ।
Crime
ରାଜଧାନୀ ମର୍ଡର ମାମଲାରେ ୨ ମହିଳାଙ୍କ ସହ ୫ ଗିରଫ
କେଦାରପଲ୍ଲୀ ବସ୍ତିରେ ସହଦେବ ନାୟକ ଘର। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ସ୍କୁଟିରେ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା। କେଦାରପଲ୍ଲୀ ଲକ୍ଷ୍ମୀଧର ନାୟକ ଓରଫ ମଣ୍ଟି ଓ ତାଙ୍କର ସହଯୋଗୀ ଖୋର୍ଦ୍ଧା ଜିଲ୍ଲାର ରକି ନାୟକ ଆକ୍ରମଣ କରିଥିଲା।
Crime
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ନିଜକୁ ଗୁଳି କରି ଦେଲେ ସିଆଇଏସ୍ଏଫ୍ ଯବାନ
ମୃତ ଯବାନଙ୍କ ଘର କେରଳରେ ହୋଇଥିବା ବେଳେ ଏହି ଅଘଟଣ ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।