ପୁଅର କୋଦାଳ ମାଡରେ ବାପା ମୃତ

ଝାରସୁଗୁଡା: ପୁଅର କୋଦାଳ ମାଡରେ ବାପା ମୃତ। ଏହି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ନକ୍ସାପାଲିରେ। ଘରୋଇ କହଳକୁ କେନ୍ଦ୍ରକରି  ବୁଧବାର ରାତିରେ ପୁଅ ହେମରାଜ ବେସନ ଉତ୍ତ୍ୟକ୍ତ ହୋଇ ବାପା ଗୁରୁ ଚରଣ ବେସନଙ୍କୁ  କୋଦାଳରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଗୁରୁଚରଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଲଇକେରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା। ଅଭିଯୁକ୍ତ ହେମରାଜ ଫେରାର ହୋଇଯାଇ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।