କଟକ: ପୁରୀ ସିଦ୍ଧମହାବୀର ପାଟଣା ଆଶ୍ରମରୁ ଜବତ ସମସ୍ତ ୨୭ଟି ମଣିଷ ଖପୁରୀ ଅସଲି ବୋଲି ଜଣାପଡ଼ିଛି। କଟକ ବଡ଼ ମେଡିକାଲ୍ ଏଫ୍ଏମଟି ବିଭାଗରେ ଏସବୁର ପ୍ରାଥମିକ ଯାଞ୍ଚ ପରେ ଏହା ଜଣାପଡ଼ିଛି। ତେବେ ଖପୁରିଗୁଡ଼ିକ ପୁରୁଷ କି ମହିଳାଙ୍କର ଓ ସେଥିରେ ଆଘତ ଚିହ୍ନ ଅଛି କି ନାହିଁ ସେ ନେଇ ଯାଞ୍ଚ ହେବ। ଏଫ୍ଏମଟି ବିଭାଗୀୟ ମୁଖ୍ୟଙ୍କୁ ନେଇ ଗଠିତ ୪ ଜଣିଆ ଟିମ୍ ଏହି ଯାଞ୍ଚ କରୁଛି। ଦୁଇ ସପ୍ତାହ ମଧ୍ୟରେ ଯାଞ୍ଚ ସାରି ପୋଲିସକୁ ରିପୋର୍ଟ ଦିଆଯିବ ବୋଲି ଏସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଗତ ୫ ତାରିଖରେ ମନୋରଞ୍ଜନ ଜେନା ଓରଫ୍ ମନୁ ବାବାଙ୍କ ଆଶ୍ରମରୁ ଏସବୁ ଖପୁରୀ ମିଳିଥିଲା। ପୁରୀ କୁମ୍ଭାରପଡ଼ା ପୋଲିସ୍ ଏ ନେଇ ମାମଲା ରୁଜୁ କରିବା ସହ ଖପୁରୀଗୁଡ଼ିକୁ ପରୀକ୍ଷା ପାଇଁ ପଠାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ, ୩ ଗୁରୁତର
ଅଳିଆ ପକାଇବାକୁ ନେଇ ଦୁଇ ଗାଁ ଲୋକ ହାତାହାତି ହେବା ସହ ଟେକା ପଥର ମାଡ ହୋଇଥିଲା।
Crime
ଭାଣିଜୀ ପ୍ରେମ ବିବାହ କଲା ବୋଲି ଭୋଜିରେ ବିଷ ମିଶାଇଦେଲା ମାମୁ
ଉପସ୍ଥିତ ଲୋକେ ଅଭିଯୁକ୍ତ ମାମୁକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ଖସି ପଳାଇଛି।
Crime
ବ୍ରାଉନ୍ସୁଗର ପାଇଁ ମର୍ଡର! ମହିଳା ମାଷ୍ଟରମାଇଣ୍ଡ ସମେତ ୩ ଗିରଫ
ଜେଲ୍ରୁ ବାହାରିବା ପରେ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ। ତାଙ୍କ ଜେଲ୍ ଯିବା ପଛରେ ସହଦେବ ନାୟକଙ୍କ ହାତ ଥିବା ସେ ସନ୍ଦେହ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ଯୋଜନା କରିଥିଲେ।
Crime
୧୭ ବର୍ଷ ପୂର୍ବେ ହୋଇଥିଲା 'ହତ୍ୟା'; ଏବେ ଜୀବନ୍ତ ଧରିଲା ପୁଲିସ
ଏହି ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ ମଧ୍ୟ କରାଗଲା। ସେମାନେ ହତ୍ୟା ଅଭିଯୁକ୍ତ ଭାବରେ ଜେଲରେ ସଜ୍ଜା କାଟିଲେ। ଏବେ ବିହାରର ସେହି ବ୍ୟକ୍ତିଙ୍କୁ ଝାନସୀରୁ ଜୀବନ୍ତ ଧରିଲା ପୁଲିସ।
Crime
ସରୋଜଙ୍କ ପରେ ହଂସିକାଙ୍କ ଆଉ ଜଣେ ସ୍ୱାମୀଙ୍କ ଘରେ IT
ମନୋଜଙ୍କ ଘରୁ ମିଳିଥିବା ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଧରି ବାଲିଗୁଡା ଷ୍ଟେଟ ବ୍ୟାଙ୍କ ଯାଇଥିଲେ ଆୟକର ବିଭାଗ ଟିମ୍। ସେଠାରେ ମଧ୍ୟ ତନାଘନା କରିଥିଲେ। ଗୋଟିଏ ଟିମ୍ ମନୋଜଙ୍କ ଘରେ ଖାନତଲାସୀ କରୁଥିବା ବେଳେ ଆଉ ଗୋଟିଏ ଟିମ୍ ବ୍ୟାଙ୍କରେ ଖୋଳତାଡ଼ କରିଥିଲା।