ରମେଶ ଜେନାଙ୍କ ପୁତୁରା ପିଣ୍ଟୁ ଗିରଫ

ବ୍ରହ୍ମପୁର: ରମେଶ ଜେନାର ପୁତୁରା ପିଣ୍ଟୁ ଜେନାଙ୍କୁ ଶନିବାର ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ରମେଶ ଜେନାଙ୍କର ସମସ୍ତ ବେଆଇନ କାର୍ଯ୍ୟକୁ ପିଣ୍ଟୁ ଚଳାଉଥିଲା। ଧମକଚମକ, ଦାଦାବଟି ଆଦାୟ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଟାଉନ ଥାନା ପୋଲିସ ତା’ ନାଁରେ ୨୭/୧୬ ନମ୍ବରରେ ଏକ ମାମଲା ରୁଜୁ କରିଛି। ତାକୁ କୋର୍ଟ ଚାଲାଣ କରାଯିବା ପରେ ରିମାଣ୍ଡରେ ଅଣାଯିବ ବୋଲି ବ୍ରହ୍ମପୁର ଏସପି ଆଶିଷ କୁମାର ସିଂହ ସୂଚନା […]

pintu

pintu

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 05:29 PM IST

Sports

Latest News

ବ୍ରହ୍ମପୁର: ରମେଶ ଜେନାର ପୁତୁରା ପିଣ୍ଟୁ ଜେନାଙ୍କୁ ଶନିବାର ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ରମେଶ ଜେନାଙ୍କର ସମସ୍ତ ବେଆଇନ କାର୍ଯ୍ୟକୁ ପିଣ୍ଟୁ ଚଳାଉଥିଲା। ଧମକଚମକ, ଦାଦାବଟି ଆଦାୟ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଟାଉନ ଥାନା ପୋଲିସ ତା’ ନାଁରେ ୨୭/୧୬ ନମ୍ବରରେ ଏକ ମାମଲା ରୁଜୁ କରିଛି। ତାକୁ କୋର୍ଟ ଚାଲାଣ କରାଯିବା ପରେ ରିମାଣ୍ଡରେ ଅଣାଯିବ ବୋଲି ବ୍ରହ୍ମପୁର ଏସପି ଆଶିଷ କୁମାର ସିଂହ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପିଣ୍ଟୁ ନାଁରେ କୌଣସି ମାମଲା ନ ଥିଲା। ରମେଶ ଓ ତାଙ୍କ ପରିବାର ଲୋକକୁ ହଇରାଣ କରିବା ପାଇଁ ପୋଲିସ ଜାଣିଶୁଣି ମାମଲା ରୁଜୁ କରିଛି। ଏହାକୁ ନେଇ ତାଙ୍କ ପରିବାରବର୍ଗ ଉପର କୋର୍ଟକୁ ଯିବେ ବୋଲି ପିଣ୍ଟୁର ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି।

ସେ ଆହୁରି କହିଛନ୍ତି, “ପୋଲିସ ତାଙ୍କୁ ଗତ ୨୭ ତାରିଖରୁ ମୁମ୍ୱାଇରୁ ଉଠାଇ ଆଣିଥିଲା। ତାଙ୍କୁ କୋର୍ଟରେ ହାଜର କରିବା ପାଇଁ ତାଙ୍କ ବାପା ଏକ ପିଟିସନ୍ ଦାଖଲ କରିବା ପରେ କୋର୍ଟରେ ହାଜର କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos