ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗାଁରେ ଯୁବକକୁ ଅପହରଣ ପରେ ହତ୍ୟା ଘଟଣାର ସଂପୂର୍ଣ୍ଣ ଖୁଲାସା କରିଛି ପୋଲିସ୍। ଆଜି କଟକ ଗ୍ରାମାଞ୍ଚଳ ଏସପି ସାଲେପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ପୂରା ସୂଚନା ଦେଇଥିଲେ। ଏସପି କହିଛନ୍ତି, ମୃତ ସତ୍ୟନାରାୟଣ ସ୍ୱାଇଁଙ୍କୁ ତା’ର ସାଙ୍ଗ ତଥା ମୁଖ୍ୟ ଅଭିଯୁକ୍ତ ରଞ୍ଜନ ଦାସ ଆଉ ୩ଜଣ ସହଯୋଗୀଙ୍କ ସହ ମିଶି କୋଦାଳ ବେଣ୍ଟରେ ହତ୍ୟା କରି ଥିଲା। ତା’ପରେ ନିଜ କାର୍ ଯୋଗେ ମୃତ ଦେହକୁ ନେଇ କେନ୍ଦ୍ରାପଡ଼ା ମାର୍ଷାଘାଇର ଲୁଣା ନଦୀରେ ପକାଇ ଦେଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୂକ୍ତ ରଞ୍ଜନ ଦାସ ଓ ହାଡ଼ିବନ୍ଧୁ ପଲାଇକୁ ଗିରଫ କରାଯାଇଛି। ଅନ୍ୟ ଦୁଇଜଣ ଅଭିଯୁକ୍ତ ଗାଡି ଡ୍ରାଇଭର ପପୁ ବେହେରା ଓ ଉମେସ୍ ନାୟକ ଏପର୍ଯ୍ୟନ୍ତ ଫେରାର୍ ଅଛନ୍ତି। ବ୍ୟକ୍ତିଗତ ଶତୃତାରୁ ରଂଜନ ଓ ଅନ୍ୟ ତିନି ଜଣ ଏହୀ ହତ୍ୟାକାଣ୍ଡ ଘଟାଇଥିବା ଏସପି କହିଛନ୍ତି।
ମୁଖ୍ୟ ଅଭିଯୁକ୍ତ ରଞ୍ଜନ ଦାସ କହିଛନ୍ତି ଯେ ତାଙ୍କ ଭଉଣୀ ସହିତ ସତ୍ୟନାରାୟଣର ସଂପର୍କ ଥିବା ସନ୍ଦେହରେ ସେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
କେମିତି ନାକ ଫୁଲ ଯୋଗୁ ଧରାପଡ଼ିଲେ ହତ୍ୟାକାରୀ?
ମହିଳା ଜଣଙ୍କ ନାକରେ ପିନ୍ଧିଥିବା ଗୋଟିଏ ସୁନା ପିନ୍ ବା ନାକ ଫୁଲ ସହାୟତାରେ ପୁଲିସ୍ ପୂରା ଘଟଣା ଉପରୁ ପରଦା ହଟାଇବାକୁ ସକ୍ଷମ ହୋଇଛି।

Crime
ପୁଲିସ ବିଭାଗରେ ଟେଣ୍ଡର ଅନିୟମିତତା: ସିଏଜିଙ୍କ ଆପତ୍ତି ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ, ୬କୋଟି ଟଙ୍କା କ୍ଷତି
ରାଜ୍ୟରେ ସିସିଟିଏନଏସ( କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ଆଣ୍ଡ ସିଷ୍ଟମ) ପାଇଁ ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ ନିମନ୍ତେ ରାଜ୍ୟ ପୁଲିସର ‘ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ’(ଏସସିଆରବି) ୨୦୨୧ ନଭେମ୍ବର ମାସରେ ଡାକିଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି ।

Crime
ଲଘୁ ଖଣିଜ ଚୋରି ପାଇଁ ବାଟ ଛାଡ଼ିଥିଲେ ଅଫିସର: ସିଏଜି
ତହସିଲଦାରମାନଙ୍କ ଅବହେଳାରୁ ଧର୍ମଶାଳା ଡଙ୍କାରୀ କଳାପଥର ଖଣିରୁ ଅନୁମତି ବାହାରେ 58.66 କୋଟି ଟଙ୍କାର ପଥର ଖୋଳି ନିଆଗଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କାରଣରୁ ଏପର୍ଯ୍ୟନ୍ତ ଏହି ବକେୟା ଦେୟ ଆଦାୟ ହୋଇପାରିଲା ନାହିଁ।

Crime
ଝିଅର ସ୍କୁଲ ଶିକ୍ଷୟିତ୍ରୀଙ୍କ ସହ ଅବୈଧ ସମ୍ପର୍କ ରଖି କେମିତି ଫସିଲେ ବାପା?
ଧୂର୍ତ୍ତ ଶିକ୍ଷୟିତ୍ରୀ ଜଣଙ୍କ ନିଜ ଛାତ୍ରୀଙ୍କ ବାପାଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟ କରିଛନ୍ତି।

Crime
କାହିଁକି ସାଇବର ଅପରାଧୀଙ୍କ ପାଇଁ ଜୀବନ ହାରିଲେ ବୟସ୍କ ଦମ୍ପତି?
ବୟସ୍କ ଦମ୍ପତିଙ୍କ ଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ପରେ ମଧ୍ୟ ସାଇବର ଅପରାଧୀଙ୍କ ମନ ବୁଝି ନଥିଲା। ସେମାନେ ନୀରିହ ଦମ୍ପତିଙ୍କୁ ଧମକଚମକ ଦେଇ ଚାଲିଥିଲେ।