ସୁଶାନ୍ତ ମିଶ୍ର ହତ୍ୟା ମାମଲା: ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଗିରଫ

ଭୁବନେଶ୍ୱର: ସୁଶାନ୍ତ ମିଶ୍ର ହତ୍ୟା ମାମଲାରେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଶନିବାର ଗିରଫ ହୋଇଛନ୍ତି। କମିଶନରେଟ୍‌ ପୋଲିସ ସହାୟତାରେ ପୁରୀ ପୋଲିସ ଆଜି ଭୁବନେଶ୍ୱରରୁ ଯୁଧିଷ୍ଠିରଙ୍କୁ ଗିରଫ କରିଛି।

ଗତ ଜାନୁଆରୀ ୪ ତାରିଖରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ୬ ଜଣ ଗିରଫ ହୋଇଥିଲା ବେଳେ ୨ଟି ଗାଡି ଜବତ କରାଯାଇଥିଲା।  ତେବେ ପିପିଲି ଥାନାରେ ଥିବା ଏହି ମାମଲାରେ  ଆଜି ଯୁଧିଷ୍ଠିରଙ୍କୁ ଗିରଫ କରାଯାଇଛି। ଏହା ବାଦ୍‌ ଯୁଧିଷ୍ଠିରଙ୍କ ନାଁରେ ପିପିଲି ଥାନାରେ ଏକାଧିକ ମାମଲା ରହିଛି।